fbpx

ଚୀନରେ ବ୍ୟାପିବାରେ ଲାଗିଛି ନୂଆ ଭାଇରସ୍: ୬୦ ଅସୁସ୍ଥ, ୭ ମୃତ

କରୋନା ଭାଇରସ୍ ପରେ ଏବେ ଚୀନରେ ନୂଆ ଭାଇରସ୍ ବ୍ୟାପିବାରେ ଲାଗିଛି । ଏହି କାରଣରୁ ଚୀନରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗ୍ଲୋବାଲ ଟାଇମ୍ସ ଖବର ମୁତାବକ, ପୂର୍ବ ଚୀନର ଜିଆଙ୍କସୁ ଓ ଅନୁହୁଇ ପ୍ରଦେଶରେ ୧୨ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ବେଳେ ଏହି ଭାଇରସ୍ ପୋକ କାମୁଡିବା ଦ୍ୱାରା ବ୍ୟାପିବାରେ ଲାଗିଛି ।

ଜିଆଙ୍ଗସୁରେ ୩୭ ଓ ଅନୁହୁଇରେ ୨୩ ଲୋକ ଅସୁସ୍ଥ ହୋଇଛନ୍ତି । ଏହି ଭାଇରସର ନାମ ହୁଇୟାଙ୍ଗଶନ ବନୟାଙ୍ଗଭାଇରସ୍ ରଖାଯାଇଛି । ଏକ ପୋକ କାମୁଡିବା ଦ୍ୱାରା ଏହି ଭାଇରସ୍ ମଣିଷ ଶରୀର ଭିତରକୁ ଯାଇଥାଏ । ତା”ପରେ ବ୍ୟକ୍ତି ଜଣକ ଜ୍ୱର ଓ କାଶରେ ପୀଡିତ ହୁଏ । ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି, ଭାଇରସ ଶରୀରରେ ପ୍ରବେଶ କରିବା ଦ୍ୱାରା ରକ୍ତ ପ୍ଲେଟଲେଟ କମିବା ଆରମ୍ଭ କରିଥାଏ । ଟିକ୍ କାମୁଡିବା କାରଣରୁ ଏହି ଭାଇରସ୍ ଦ୍ରୁତ ଗତିରେ ମାଡିଚାଲିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.