fbpx

ଯୌତୁକ ଜୁଇରେ ଜଳିଲା ନବବଧୂ: ମାରି, ପୋଡ଼ି ଦେଇଥିଲେ.. ଜୁଇରୁ ଦରପୋଡା ମୃତଦେହ ଜବତ କଲା ପୁଲିସ, ୫ ଅଟକ, ସ୍ୱାମୀ ଫେରାର

ଭଞ୍ଜନଗର (ଆପ୍ର): ଯୌତୁକ ଜୁଇ ରେଜଳିଲା , ଆଉ ଜଣେ ନବ ବିବାହିତା । ବିବାହର ୧୦ ମାସ ପରେ ବି ଆହୁରି ଅଧିକ ଟଙ୍କା ଦାବି କରି,  ଶାଶୁଘର ଲୋକେ ଏକାଠି ହୋଇ ନବ ବିବାହିତାକୁ ଘର ଭିତରେ ମାରିଦେଲେ । ପରେ ମୃତ ଦେହକୁ ନେଇ ଶ୍ମଶାନ ରେ ପୋଡ଼ି ଦେଲେ । ଠିକ୍‌ ଏହି ସମୟରେ ବାପଘର ଲୋକେ , ଥାନାରେ ଅଭିଯୋଗ କରିବା ପରେ , ଶ୍ମଶାନରେ ପୋଲିସ ପହଞ୍ଚି  ଦରପୋଡା ମୃତ ଦେହକୁ ଜବତ କରିଛି । ଏମିତି ଏକ ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ , ଖାରିଗୁଡା ଗାଁ ରେ । ଗୁରୁବାର ସକାଳୁ ସକାଳୁ ଶ୍ମଶାନ ରେ ପହଞ୍ଚି ମୃତଦେହକୁ ଜବତ ପରେ ଘଟଣାର ଖୋଳତାଡ଼ କରି ପର୍ଦ୍ଧାଫାର୍ଶ କରିଛି ପୋଲିସ ।

ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ , ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର , ସତ୍ୟନାରାୟଣ ଗୈାଡଙ୍କ ବଡ଼ଝିଅ ଶିବାନୀ ଗୈାଡ ଗତବର୍ଷ , ନିକଟସ୍ଥ ଖାରିଗୁଡା ଗାଁ ର ଶତୃଘନ ଗୈାଡଙ୍କ ପୁଅ ପିଣ୍ଟୁ ଗୈାଡ ଓରଫ ନାଦା ଗୈାଡକୁ ବୈଦିକ ରୀତିରେ ବିବାହ କରିଥିଲା । ବିବାହ ସମୟରେ ପୁଅଘର ଦାବି ମୁତାବକ ଟଙ୍କା , ସୁନା ଅଳଙ୍କାର ଓ ଆସବାବ ପତ୍ର, ଝିଅଘର ପକ୍ଷରୁ ଦିଆଯାଇଥିଲା । ତଥାପି ଅଧିକ ଟଙ୍କା ଦାବି କରି ଶାଶୁ ଘର ଲୋକେ ଶିବାନୀକୁ ନିର୍ଯ୍ୟାତନା ଦେଉଥିବା ନେଇ ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି ।

ସେହିଭଳି ଝିଅ ଶିବାନୀ ର ଶାଶୁ , ଶଶୁର , ଦେଢଶୁର , ସ୍ୱାମୀ ଓ ମାମୁଁ ଶଶୁର ସମସ୍ତେ ମିଶି ନବ ବିବାହିତା ଶିବାନୀକୁ ହତ୍ୟା କରି , ଘର ନିକଟସ୍ଥ କୂଅରେ ପକାଇ ଦେଲେ । ପରେ ସେହ ପରେ ସେହି ମୃତଦେହକୁ ଉଦ୍ଧାର କରି , ଗାଁ ନିକଟସ୍ଥ ଶ୍ମଶାନରେ ଦାହ କରୁଥିବା ବେଳେ  ବାପ ଘରଲୋକେ ଥାନାରେ ଖବର ଦେଇଥିଲେ । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଜଳନ୍ତା ଜୁଇକୁ ଲିଭାଇ ,ଦରପୋଡା ଶବକୁ ଉଦ୍ଧାର କରିବା ସହ , ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଅନୁସନ୍ଧାନ ଆରମ୍ଭ କରିଛି ଏବଂ ବ୍ରହ୍ମପୁର ଏଫ ଏମ୍‌ଟିକୁ ବ୍ୟବଛେଦ ପାଇଁ ପଠାଯାଇଛି ।

ଅଭିଯୋଗକୁ  ଆଧାର କରି ଘଟଣାରେ ସଂପୃକ୍ତ ଶାଶୁ ଘରର ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ଘଟଣାର ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ସ୍ୱାମୀ ନାଦା ଗୈାଡ ଫେରାର ଥିବା ନେଇ ଥାନାଧିକାରୀ ଧିରେଶ କୁମାର ଦାସ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.