fbpx

ଦୁବାଇରେ ପ୍ରତିଷ୍ଠା ହେଲା ନୂଆ ଭବ୍ୟ ହିନ୍ଦୁ ମନ୍ଦିର: ସ୍ଥାପିତ ହେଲା ୧୬ ଦେବୀ-ଦେବତାଙ୍କ ମୂର୍ତ୍ତି …

ନୂଆଦିଲ୍ଲୀ: ଦୁବାଇରେ ଉଦଘାଟନ ହେଲା ଭବ୍ୟ ହିନ୍ଦୁ ମନ୍ଦିର । ଦଶହରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ଏହି ହିନ୍ଦୁ ମନ୍ଦିରର ଉଦଘାଟନ ହୋଇଛି । ଭାରତର ମାନ୍ୟଗଣ୍ୟ ଲୋକଙ୍କ ଉପସ୍ଥିତିରେ ଏହି ଭବ୍ୟ ମନ୍ଦିରର ଉଦଘାଟନ କରାଯାଇଛି । ଏହ ହିନ୍ଦୁ ମନ୍ଦିର ଜେବେଲ ଅଲୀରେ ଅମୀରାତ କରିଡର ଅଫ୍ ଟଲରେନ୍ସରେ ରହିଛି । ଏହି ଭବ୍ୟ ମନ୍ଦିର ୭୦ ହଜାର ବର୍ଗ ଫୁଟରେ ପରିବ୍ୟାପ୍ତ । ମନ୍ଦିରର ଉଦଘାଟନ ସମାରୋହରେ ୨୦୦ ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଥିଲେ ।

ଯେଉଁମାନଙ୍କ ଭିତରେ ୟୁଏଇ ମିନିଷ୍ଟର ଅଫ୍ ଟଲରେନ୍ସ ଶେଖ ନାହୟାନ ବିନ୍ ମୁବାରକ ଅଲ ନାହାୟାନ ପ୍ରମୁଖ ସାମିଲ ଥିଲେ । ଏହି ମନ୍ଦିରର ଖାସ୍ କଥା ହେଉଛି ଯେ ଏହାର ପରିସରରେ ଚର୍ଚ୍ଚ, ଗୁରୁଦ୍ୱାରା ସହ ଅନେକ ଧାର୍ମିକ ସ୍ଥଳ ରହିଛି । ଦୁବାଇର ଏହି ହିନ୍ଦୁ ମନ୍ଦିର ସବୁ ଧର୍ମ ପାଇଁ ଏକ ଆଧ୍ୟାତ୍ମିକ ହବ୍ ଅଟେ । ମନ୍ଦିରରେ ହିନ୍ଦୁ ଧର୍ମର ୧୬ ଦେବ-ଦେବୀଙ୍କ ମୂର୍ତ୍ତି ସ୍ଥାପନା ସହ ଏକ ଜ୍ଞାନ କକ୍ଷ ଏବଂ ଅନ୍ୟ ଧାର୍ମିକ ଗତିବିଧି ପାଇଁ ସାମୁଦାୟିକ କେନ୍ଦ୍ର ରହିଛି ।

ମନ୍ଦିରର ୱେବସାଇଟ ଅନୂଯାୟୀ ଏହି ନୂଆ ହିନ୍ଦୁ ମନ୍ଦିର ସକାଳ ୬:୩୦ ରୁ ରାତି ୮ ପର୍ଯ୍ୟନ୍ତ ଖୋଲାରହିବ । ମନ୍ଦିରରେ ଦୈନିକ ୧୦୦୦ରୁ ୧୨୦୦ ଲୋକ ଏକାଠି ହୋଇପାରିବେ । ସୂଚନାଯୋଗ୍ୟ, ଏହି ମନ୍ଦିର ଦୁବାଇର ଦ୍ୱିତୀୟ ହିନ୍ଦୁ ମନ୍ଦିର । ଏଠାକାର ପ୍ରଥମ ହିନ୍ଦୁ ମନ୍ଦିର ୧୯୫୮ରେ ତିଆରି ହୋଇଥିଲା ।

ଚଳିତ ବର୍ଷ ଶେଷ ସୁଦ୍ଧା ଏକ ବିଶେଷ ସାମୁଦାୟିକ କେନ୍ଦ୍ର (କମ୍ୟୁନିଟି ସେଣ୍ଟର) ହେବ । ଯେଉଁଠାରେ ପ୍ରାର୍ଥନା, ବିବାହ, ନାମକରଣ ଭଳି ହିନ୍ଦୁ କାର୍ଯ୍ୟକ୍ରମ ହୋଇପାରିବ । ମନ୍ଦିର ପ୍ରଥମ ମହଲାରେ ପ୍ରାର୍ଥନା ସଭାଗାର ହେବ, ଯେଉଁଠାରେ ୧୬ ହିନ୍ଦୁ ଦେବୀ-ଦେବତାଙ୍କ ପୂଜା କରାଯିବ । ଏହା ସହ ସିଖଙ୍କ ପବିତ୍ର ପୁସ୍ତକ ଗୁରୁଗ୍ରନ୍ଥ ସାହିବକୁ ରଖିବା ପାଇଁ ଏକ ଭିନ୍ନ କକ୍ଷ ମଧ୍ୟ ହେବ ।

Get real time updates directly on you device, subscribe now.