fbpx

ରାସନ କାର୍ଡ ଥିବା ଲୋକଙ୍କୁ ମାଗଣାରେ ମିଳୁଛି ଚାଉଳ ଓ ଗହମ! କେବେ, କେଉଁଠି ଓ କିପରି ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ମହାମାରୀ ଲୋକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ଏହି ସମୟରେ ଅନେକ ପରିବାରଙ୍କ ଇନକମ୍ ସୋର୍ସ କମିଯାଇଛି । ଅନେକ ପରିବାରରେ ଖାଦ୍ୟର ଘୋର ଅଭାବ ଦେଖାଦେଉଛି । କିନ୍ତୁ ସରକାର ଏଭଳି ଲୋକଙ୍କ ପାଇଁ ମାଗଣା ରାସନ ଦେଉଛନ୍ତି । ଏହା ଅଧୀନରେ ରାସନ କାର୍ଡଧାରୀଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରାଯାଇଛି ।

ତେବେ ଲୋକଙ୍କୁ ଲକଡାଉନ୍ ରାସନ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ସରକାର ବଡ଼ ପଦକ୍ଷେପ ନେଇ ଯେଉଁମାନଙ୍କ ପାଖରେ ରାସନ କାର୍ଡ ତାଙ୍କୁ ବି ରାସନ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଏହା ଅଧୀନରେ ଏବେ ଅକ୍ଟୋବରରେ ମାଗଣା ରାସନ ବଣ୍ଟନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଯଦି ଆପଣ ମଧ୍ୟ ଏଥିରେ ଅଛନ୍ତିି ତେବେ ଏହାର ଲାଭ ଉଠାଇପାରିବେ । ଆସନ୍ତୁ ଜାଣିବା ରାସନ ବିତରଣର ସମୟ ଓ ପ୍ରତି କାର୍ଡରେ ମିଳୁଛି କେତେ ରାସନ….

ୟୁପିରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ କାର୍ଡଧାରୀମାନଙ୍କୁ ୟୁନିଟ୍ ପିଛା ତିନି କିଲୋଗ୍ରାମ ଗହମ ଓ ଦୁଇ କିଲୋଗ୍ରାମ ଚାଉଳ ଦିଆଯିବ । ତେବେ କାର୍ଡଧାରୀମାନଙ୍କୁ ପ୍ରତି କାର୍ଡରେ ୨୦ କିଲୋଗ୍ରାମ ଗହମ ଏବଂ ୧୫ କିଲୋଗ୍ରାମ ଚାଉଳ ଦିଆଯିବ । କରୋନା ଗାଇଡଲାଇନ୍ ଅନୁସରଣ କରି ଏଠାକୁ ଯାଇ ଆପଣ ରାସନ ନେଇପାରିବେ । ବାସ୍ତବରେ କାର୍ଡଧାରୀମାନେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଯାଇ ଗହମ ଏବଂ ଚାଉଳ ନେଇପାରିବେ ।

Get real time updates directly on you device, subscribe now.