fbpx

(Video) ନ୍ୟୁଜ ପଢୁ ପଢୁ ଗଳି ପଡିଲେ ନ୍ୟୁଜ ରିଡର: ଭାଇରାଲ ହେଉଛି ଭିଡିଓ

ୱାଶିଂଟନ: ନ୍ୟୁଜ ପଢିବା ସମୟରେ ଜଣେ ରିଡର ପାଇଁ ଅନେକ ସମସ୍ୟାର ସାମନା କରିଥାନ୍ତି ଜଣେ ଉପସ୍ଥାପକ । କିନ୍ତୁ ସେସବୁକୁ ପଛ କରି ଖବର ପରିବେଷଣ ଉପରେ ଧ୍ୟାନ ଦେବାକୁ ପଡିଥାଏ । ତେବେ ସବୁ ସମୟରେ ସେମିତି ହୋଇ ପାରି ନଥାଏ । ସେହିପରି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ନ୍ୟୁଜ ପଢିବା ସମୟରେ ହଠାତ ଜଣେ ଆଙ୍କର ତଳେ ପଡି ଯାଇଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ୨ ଜଣ ନ୍ୟୁଜ୍‌ ଆଙ୍କର୍‌ ଖବର ପଢ଼ିବା ଆରମ୍ଭ କରୁଛନ୍ତି। ପରେ ସୋମାନେ ପାଣିପାଗ ସଂପର୍କିତ ରିପୋର୍ଟ ଦେବାକୁ ନ୍ୟୁଜ ଆଙ୍କର ଏଲିସା କାର୍ଲସନଙ୍କ ସହ ଯୋଡ଼ି ହେଉଛନ୍ତି। କାର୍ଲସନ ଏକଦମ ଠିକ୍‌ ଠାକ୍‌ କହିବା ଆରମ୍ଭ କରୁଛନ୍ତି। କିନ୍ତୁ କିଛି ସମୟ ପରେ ନ୍ୟୁଜ ଉପସ୍ଥାପିକା ଏଲିସା ନ୍ୟୁଜ ପଢୁ ପଢୁ ହଠାତ ଅଚେତ ହୋଇ ତଳେ ପଡି ଯାଇଛନ୍ତି । ତେବେ ଏହି ଘଟଣା ଦେଖି ଅନ୍ୟ ୨ ଜଣ ସାଥୀ ଆଙ୍କର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଏଲିସାଙ୍କୁ ମେଡିକାଲକୁ ନେଇ ଚିକିତ୍ସା କରାଇବାରୁ ଏକ ଭୟଙ୍କର ସତ୍ୟ ସାମନାକୁ ଆସିଛି । ଜଣାଯାଇଛି ଯେ ଏଲିସା ପୂର୍ବରୁ ହୃଦୟ ଜନିତ ରୋଗରେ ପୀଡିତ । ତାଙ୍କ ହୃଦୟରେ ଏକ କଣା ଥିବା ଜାଣିବାକୁ ମିଳିଛି । ତେବେ ଏହା ପୂର୍ବରୁ ୨୦୧୪ ମସିହାରେ ମଧ୍ୟ ତାଙ୍କ ସହ ଠିକ ଏହିଭଳି ଏକ ଘଟଣା ଘଟିଥିଲା ।

ତେବେ ବର୍ତ୍ତମାନ ଯୁଗରେ ସାଧାରଣତଃ ସମସ୍ତ ବର୍ଗର ଲୋକେ ହୃଦରୋଗରେ ଆକ୍ରନ୍ତ ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏହି ରୋଗରେ ଅନେକ ପୀଡତଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏଲିସାଙ୍କର ଏହି ଭିଡିଓ ସମସ୍ତଙ୍କୁ ଚମକାଇ ଦେଇଛି । ଦେଶରେ ଗତ ୧୦ ବର୍ଷରେ ଅନେକ ଲୋକ ହୃଦରୋଗ ଏବଂ ୃଦଘାତରେ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.