fbpx

ମିଚେଲ ଖେଲିଲେ ଦମଦାର ପାଳି: ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ବିଶ୍ୱକପର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ । କିନ୍ତୁ ପାକିସ୍ତାନ ବୋଲରଙ୍କ ଆଗରେ ଓପନିଙ୍ଗ ଯୋଡି ଫେଲ ମାରିଛି । ଫଳରେ ୨୦ ଓଭରରେ ୧୫୨ ରନ କରିବାରେ ସଫଳ ହୋଇଛଇ କିୱି ଦଳ । ଡାରିଲ ମିଚେଲ ଏବଂ ଅଧିନାୟକ ୱିଲିୟମସନଙ୍କ ପାଳିରେ ପାକିସ୍ତାନକୁ ୧୫୩ ରନର ବିଜୟ ଲକ୍ଷ୍ୟ ମିଳିଛି ।

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଚାଲିଛି ପ୍ରଥମ ସେମି ଫାଇନାଲ ଲଢେଇ । ତେବେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୫୨ ରନ୍ କରିବାରେ ସଫଳ ହୋଇଛି । ଅଧିନାୟକ କେନ୍ ୱିଲିୟମସନ ଏବଂ ଡାରିଲ୍ ମିଚେଲଙ୍କ ଦମଦାର ପାଳି ଫଳରେ ଏହି ସ୍କୋରରେ ପହଞ୍ଚିଛି ନ୍ୟୁଜିଲାଣ୍ଡ । ମିଚେଲ ଏହି ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୱିଲିୟମସନ୍ ମଧ୍ୟ ସୁନ୍ଦର ବ୍ୟାଟିଂ କରିଛନ୍ତି । ପ୍ରଥମ ଓଭରରେ ଫିନ ଆଲେନ ଶାହୀନ ଆଫ୍ରିଦିଙ୍କ ଶିକାର ହେବା ପରେ ଦଳକୁ ସମ୍ଭାଳିବା ପାଇଁ ଚେଷ୍ଟା କରିଥିଲେ ଡିଭନ କନୱେ ଏବଂ ୱିଲିୟମସନ୍ । ଷଷ୍ଠ ଓଭରରେ ଶାଦବ ଖାନଙ୍କ ଦ୍ୱାରା ରନ ଆଉଟହୋଇ ପାଭିଲିୟନ ଫେରିଥିଲେ କନୱେ । ଗ୍ଲେନ ଫିଲିପ୍ସ ମଧ୍ୟ ପଡିଆରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ତେବେ ୱିଲଇୟମସନ୍ ଏବଂ ଡାରିଲ ମିଚେଲଙ୍କ ପାର୍ଟନରସିପ ବଳରେ ନ୍ୟୁଜିଲାଣ୍ଡ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି ।

ଫଳରେ ପାକିସ୍ତାନକୁ ମିଳିଛି ୧୫୩ ରନର ବିଜୟ ଲକ୍ଷ୍ୟ । ସେପଟେ ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦିଙ୍କୁ ସର୍ବାଦିକ ୨ଟି ସଫଳତା ମିଳିଛି । ତାଙ୍କ ବ୍ୟତୀତ ମହମ୍ମଦ ନୱାଜ ମଧ୍ୟ ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ ଫାଇନାଲକୁ ଟିକେଟ ପାଇବା ପାଇଁ ହେଲେ ପାକିସ୍ତାନ ଆଗରେ ରହିଛି ୧୫୩ ରନର ଟାର୍ଗେଟ ।

Get real time updates directly on you device, subscribe now.