fbpx

ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏନେଇ ଆସନ୍ତା କାଲି ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ଆଜି ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ତାଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି। ହିମନ୍ତଙ୍କୁ ବିଧାୟକ ଦଳ ନେତା ଚୟନ କରିବା ଲାଗି ପୂର୍ବ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବିଜେପି ବିଧାୟିକା ନନ୍ଦିତା ଗାରଲୋସା ପ୍ରସ୍ତାବ ଦେଇଥିଲେ। ଦଳର ସମସ୍ତ କର୍ମକର୍ତ୍ତାଙ୍କ ସର୍ବସମ୍ମତି କ୍ରମେ ହିମନ୍ତ ବିଶ୍ୱଶର୍ମାଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତି ନିଆଯାଇଛି । ସୁଚନାଯୋଗ୍ୟ, କିଛି ଘଣ୍ଟା ପୂର୍ବେ ସର୍ବାନନ୍ଦ ସୋନୱାଲା ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ପ୍ରଦାନ କରିଥିଲେ।

Get real time updates directly on you device, subscribe now.