fbpx

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ରାଜ୍ୟରେ ଜାରି ହେଲା ନାଇଟ୍ କର୍ଫ୍ୟୁ

ପୁଣେ, ୨୧ା୨: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ପୁଣେ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ।

ଏହି କର୍ଫ୍ୟୁ ସମୟରେ ଜନସାଧାରଣ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିକୁ କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଏଥିରୁ ବାଦ୍ ଦିଆଯାଇଛି । ତେବେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ଛଅଟି ଜିଲ୍ଲା ଆକୋଲା, ଅମ୍ରାବତୀ, ୟାଭାତମାଲ, ବୁଲଦାନା, ୱାର୍ଦ୍ଧା ଓ ନାଗପୁରର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ହେଲା ଦେଶରେ ମହାରାଷ୍ଟ୍ର ସହ କର୍ଣ୍ଣାଟକ, କେରଳ, ଆଦି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.