fbpx

କର୍ଫ୍ୟୁ ବେଳେ କଣ ବନ୍ଦ ରହିବ ଓ କଣ ଖୋଲା ରହିବ ?

ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦେଖି ସରକାର ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୧୭ ତାରିଖରୁ ରାଜ୍ୟର ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହି ସବୁ ଜିଲ୍ଲାରେ ସନ୍ଧ୍ୟ ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ସେବା ବନ୍ଦ ରହିବ । ତେବେ ଏଥିପାଇଁ ସରକାର ନୁତନ ଗାଇଡଲାଇନ୍ ଜାରି କରିଛନ୍ତି ।

ଏହି ସମୟରେ ଜରୁରୀକାଳୀନ ସେବା ଯେପରିକି ସେବା ଓ ମାଲ୍ ପରିବହନ ଜାରି ରହିବ । ଏଥିସହିତ ଜଳଯୋଗାଣ, ବିଦ୍ୟୁତ୍ ସେବା, ଏଲପିଜି ଗ୍ୟାସ ବିତରଣ, ଟେଲିକମ୍, ଆଇଟି କମ୍ପାନୀ, ଶିଳ୍ପାନୁଷ୍ଠାନ ସହିତ ଜଡିତ କର୍ମଚାରୀମାନେ ନିଜ ନିଜର ପରିଚୟପତ୍ର ଦେଖାଇ ଯାତ୍ରା କରିବେ । ସାମ୍ବାଦିକ ମାନେ ଯାତ୍ରାୟାତ କରିପାରିବେ । ରେଳ ଷ୍ଟେସନ୍, ବିମାନବନ୍ଦର ଓ ବସ୍ ଷ୍ଟାଣ୍ଡକୁ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିବା ଗାଡି ଯାଆସ କରିପାରିବ ।

ଅପରପକ୍ଷରେ ସାପ୍ତାହିକ ସଟଡାଉନ୍ ସମୟରେ ମଧ୍ୟ ନିତାନ୍ତ ଜରୁରୀକାଳୀନ ସେବା ଜାରିରହିବ । ଏତଦ୍ ବ୍ୟତୀତ ବିବାହ ଓ ଶେଷକୃତ୍ୟ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡିବ । ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ଖବରକାଗଜ ବିତରଣ କାର୍ୟ୍ୟ କରିପାରିବେ । ତେଜରାତି ସାମଗ୍ରୀ ଓ ଖାଦ୍ୟ ହୋମ୍ ଡେଲିଭରି ହୋଇପାରିବ । କୃଷି, ମାଛ ଚାଷ, ପଶୁପାଳନ ଓ ଶିଳ୍ପାନୁଷ୍ଠାନ କାମ କଟକଣାମୁକ୍ତ ରହିଛି । ରାଜପଥ ଓ ଏନଏଚ ପାଶ୍ୱର୍ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଯଥା; ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦିରେ କଟକଣାକୁ କଡାକଡି କରାଯାଇଥିବା ବେଳେ ବାକି ୨୦ ଜିଲ୍ଲାରେ କଟକଣା ଆଂଶିକ କୋହଳ କରାଯାଇଛି । ତେବେ ୨୦ ଜିଲ୍ଳାରେ ନାଇଟ୍ କର୍ଫ୍ୟୁ ରାତି ୯ଟାରୁ ସନ୍ଧ୍ୟା ୫ଟା ଯାଏ ଲାଗୁ ହେବ ।

Get real time updates directly on you device, subscribe now.