fbpx

ରାଜଧାନୀରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର)  : ଦିଲ୍ଲୀରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । କାରଣ କିଛି ମାସର ବ୍ୟବଧାନ ପରେ କରୋନା ଦ୍ୱିତୀୟ ଲହର ସାରା ଦେଶରେ ପ୍ରଭାବ ପକାଇବାରେ ଲାଗିଛି । ଯାହା ପ୍ରଥମ ବର୍ଷ ଅପେକ୍ଷା ଦ୍ୱିତୀୟ ବର୍ଷ ଦ୍ରୁତ ମାତ୍ରାରେ ବଢ଼ିବାରେ ଲାଗିଛି । ତେବେ ଦିଲ୍ଲୀରେ ଏପ୍ରିଲ୍ ୩୦ ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ ଏବଂ ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ । ଏହି ସମୟରେ ଲୋକେ ବାହାରକୁ ବିନା କାରଣରେ ବାହାରିପାରିବେ ନାହିଁ । କେବଳ ଜରୁରୀ କାଳୀନ କାମରେ ହିଁ ଲୋକେ ଯାଆସ କରିପାରିବେ । ଦିଲ୍ଲୀରେ ଦୁଇ ଦିନ ମଧ୍ୟରେ ୫ ପ୍ରତିଶତ ସଂକ୍ରମଣ ବଢ଼ିଛି । ତେଣୁ ଏହାକୁ ନଜରରେ ରଖି କେଜ୍ରିୱାଲ୍ ସରକାର ଏହି ନିଷ୍ପତି ନେଇଛନ୍ତି ।

Get real time updates directly on you device, subscribe now.