fbpx

ନିୟମିତ ନାଇଟ ସିଫ୍ଟ କରୁଛନ୍ତି କି? ଭୋଗି ପାରନ୍ତି ଏହି ସବୁ ଜଟିଳ ସମସ୍ୟା

ନୂଆଦିଲ୍ଲୀ: ନିକଟରେ ବୈଜ୍ଞାନିକ ମାନଙ୍କ ପାଖରୁ କରା ଯାଇଥିବା ଏକ ରିସର୍ଚ୍ଚରେ ଏକ ଅଜବ ତଥ୍ୟ ସାମ୍ନାକୁ ଆସିଛି । ନିୟମିତ ନାଇଟ ଶିଫ୍ଟ କରୁଥିଲେ ଆମ ଶରୀରରେ ଏକାଧିକ ଜଟିଳ ସମସ୍ୟା ଦେଖାଯାଇପାରେ ବୋଲି ଏହି ରିସର୍ଚ୍ଚ ପ୍ରମାଣିତ କରିଛି । ୨୮୩୬୫୭ ଲୋକଙ୍କୁ ନେଇ କରାଯାଇଥିବା ଏହି ରିସର୍ଚ୍ଚରୁ ଜଣାପଡିଛି କି ଯେଉଁମାନେ ନିଜ ଜୀବନରେ ଅଧିକ ସମୟ ନାଇଟ ସିଫ୍ଟ କରନ୍ତି ସେମାନଙ୍କୁ Atrial fidrillation (ଏକ ପ୍ରକାରର ହୃଦରୋଗ) ହେବାର ସମ୍ଭାବନା ଅଧିକ ରହିଥାଏ । ଏହା ସହିତ ନାଇଟ ସିଫ୍ଟ କରୁଥିବା ଲୋକଙ୍କ କ୍ଷେତ୍ରରେ ହାର୍ଟ ଷ୍ଟ୍ରୋକର ସମ୍ଭାବନା ଅଧିକ ଥାଏ । ସାଂଘାଇର ନାଇନ୍ତ ପିପୁଲ ହସ୍ପିଟାଲର ଡାକ୍ତର ଇଂଲି-ଲ୍ୟୁ ଏବଂ ଟୁଲାନେ ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁ କି ମିଳିତ ଭାବେ ଏହି ରିସର୍ଚ୍ଚ କରିଛନ୍ତି ।

୧୬୬ ପ୍ରକାରର ଜିନ୍ କୁ ନେଇ ସେ ଏହି ରିସର୍ଚ୍ଚ କରିଥିଲେ । ଏହି ପରୀକ୍ଷାରୁ ଜଣା ପଡ଼ିଛି କି ଯେଉଁମାନେ ନାଇଟ ସିଫ୍ଟ କରନ୍ତି ସେମାନଙ୍କ ଜନନ ପ୍ରକ୍ରିୟାରେ ମଧ୍ୟ ଏହା ସମସ୍ୟା ଆଣିଥାଏ । ତେବେ ଏହାର ପ୍ରଭାବ ତୁରନ୍ତ ପଡିନଥାଏ କିନ୍ତୁ ନିୟମିତ ନାଇଟ ସିଫ୍ଟ କରିବା ଦ୍ୱାରା ଏହି ସମସ୍ୟା ଧିରେ ଧିରେ ସୃଷ୍ଟି ହୁଏ । ପ୍ରଫେସର ଲୁ କହିଛନ୍ତି, ଯଦିଓ ନାଇଟ ସିଫ୍ଟ ଏବଂ Atrial fidrillation ମଧ୍ୟରେ କୌଣସି ବିଜ୍ଞାନ ସମ୍ମତ ସମ୍ପର୍କ ନାହିଁ କିନ୍ତୁ ରିସର୍ଚ୍ଚ ଆଧାରରେ ନାଇଟ ସିଫ୍ଟ କରୁଥିବା ଲୋକମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଦଶ ବର୍ଷରୁ ଅଧିକ ସମୟ ଧର ନାଇଟ ଡ୍ୟୁଟି କରୁଥିବା ଲୋକଙ୍କ ଠାରେ ଏହି ରୋଗର ଆଶଙ୍କା ୧୮% ଅଧିକ ରହିଥାଏ । ସେହିପରି ମହିଳାଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ସମସ୍ୟା କରିଥାଏ ବୋଲି ରିସର୍ଚ୍ଚ ପେପରରେ ଉଲ୍ଲେଖ କରିଛନ୍ତି ପ୍ରେଫେସର ଲୁ । ତେବେ ଯଦି ଆପଣ ନିଜ ହୃଦୟକୁ ସୁରକ୍ଷିତ ରହିବାକୁ ଚାହୁଁଥାନ୍ତି ତେବେ ଲଗାତାର ନାଇଟ ସିଫ୍ଟ କରିବାରୁ ବିରତ ରୁହନ୍ତୁ ।

Get real time updates directly on you device, subscribe now.