‘ଭାଇ ତେରା ଷ୍ଟାର ହୈ’ ପ୍ରମୋସନ୍ ବେଳେ ମନକଥା କହିଲେ ନିହାରିକା

ନିହାରିକା ଏନଏମ୍ ୨୦୨୩ ମସିହାରେ ଆମେରିକୀୟ ସିଟକମ୍ ‘ବିଗ୍ ମାଉଥ୍’ର ସିଜନ୍–୭ରେ ଗେଷ୍ଟ ଭଏସ୍ ରୋଲ୍ ଜରିଆରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ

ମୁମ୍ବାଇ: ଇଣ୍ଟିମେଣ୍ଟ ସିନ୍ ପାଇଁ ଫିଲ୍ମ ଛାଡ଼ିଥିଲି…। ଯେଉଁ ଫିଲ୍ମ ପରବର୍ତ୍ତୀ ସମୟରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଆଜି ଏପରି କହିଛନ୍ତି ସାଇଥ୍ ବ୍ୟୁଟି ନିହାରିକା ଏନ୍‌ଏମ୍‌। ନିଜର ବଲିଉଡ୍ ଫିଲ୍ମ ‘ଭାଇ ତେରା ଷ୍ଟାର ହୈ’ ପ୍ରମୋସନ୍ ବେଳେ ଗଣମାଧ୍ୟମ ଆଗରେ ଏପରି କହିଛନ୍ତି ନିହାରିକା।

ନିହାରିକା କହିଛନ୍ତି, “ତିନି-ଚାରି ବର୍ଷ ତଳେ ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି, ସେତେବେଳେ ଏକ ପ୍ରଡକ୍ସନ ହାଉସ୍ ସହ ତିନି ବର୍ଷ ଧରି ଟ୍ରେନିଂ ନେଇଥିଲି। ସେତେବେଳେ ମୁଁ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବା ପାଇଁ ନିଜକୁ ପରୀକ୍ଷା କରିବାକୁ ଚାହୁଁଥିଲି। ଏହି ଯାତ୍ରା ମୋ ପାଇଁ କେତେ ଲମ୍ବା ହେବ, ତାହା ମୋତେ ଜଣାନଥିଲା। କେବଳ ଏତିକି ଜାଣିଥିଲି ଯେ, ମୋର ଏଥିରେ ବହୁତ ଆଗ୍ରହ ଥିଲା। ଏହା କରିବାରେ ମୋତେ ଆନନ୍ଦ ମିଳୁଥିଲା।”

Uttarakhand Govt.

ନିହାରିକା ଆହୁରି କହିଛନ୍ତି; ବଲିଉଡୁରୁ ଫେରିବା ପରେ କାର୍ତ୍ତିକ ସୁବ୍ବାରାଜଙ୍କ ପ୍ରଡକ୍ସନ ହାଉସ ଷ୍ଟୋନ୍ ବେଞ୍ଚ ଫିଲ୍ମସ୍ ସହ ୩ଟି ଫିଲ୍ମର ଚୁକ୍ତି ସ୍ୱାକ୍ଷର କରିଥିଲେ। ସେମାନଙ୍କ ସହ ଟ୍ରେନିଂ ସମୟରେ ମୁଁ ଦକ୍ଷିଣର କିଛି ଭଲ ଫିଲ୍ମକୁ ମନା କରିଦେଇଥିଲି। ଯାହା ପରବର୍ତ୍ତୀ ସମୟରେ ବକ୍ସ ଅଫିସରେ ବଡ଼ ସଫଳତା ପାଇଥିଲା। ଏହା ମୋ’ ଜୀବନର ସବୁଠାରୁ ବଡ଼ ଅନୁତାପ ମଧ୍ୟରୁ ଗୋଟିଏ। ତେବେ ଯେଉଁମାନେ ସେହି ଫିଲ୍ମଗୁଡ଼ିକ କରିଥିଲେ, ସେମାନଙ୍କ ପାଇଁ ମୁଁ ଖୁସି। ଚୁକ୍ତି ଶେଷ ହେବା ପରେ ମୋତେ କେହି ଅଟକାଇ ପାରିନଥିଲେ। ମୁଁ ବିଭିନ୍ନ ଭାଷାର ଫିଲ୍ମରେ କାମ କରିଥିଲି ବୋଲି ନିହାରିକା କହିଛନ୍ତି।

ନିହାରିକା କହିଛନ୍ତି; ଅନ୍-ସ୍କ୍ରିନ୍ ଇଣ୍ଟିମେଟ୍ ସିନ କରିବାକୁ ମୁଁ ଚାହୁଁ ନଥିଲି। ଯାହା ମୋ ପାଇଁ ଏକ କଠିନ ପଥ ଥିଲା। ଅନେକ କାରଣରୁ ମୋତେ ଫିଲ୍ମରୁ ବାଦ ଦିଆଯାଇଥିଲା। “ଏକ ନିର୍ଦ୍ଦିଷ୍ଟ ଫିଲ୍ମ ଥିଲା, ଯାହାକୁ ମୁଁ କରିବାକୁ ବହୁତ ଚାହୁଁଥିଲି। ଏହାର ନିର୍ଦ୍ଦେଶନା ଜଣେ ଖ୍ୟାତନାମା ନିର୍ଦ୍ଦେଶକ କରୁଥିଲେ। ଯାହାଙ୍କୁ ଦେଖି ମୁଁ ବଡ଼ ହୋଇଛି। ସେ ମୋତେ ବିଶେଷ ଭାବରେ ବାଛିଥିଲେ। ମୁଁ ସେହି ଭୂମିକା ପାଇଁ ଅଡିସନ୍ ଓ ଲୁକ ଟେଷ୍ଟ ମଧ୍ୟ ଦେଇଥିଲି। ଚୁକ୍ତିପତ୍ର ମୋ ଘରକୁ ଆସିଥିଲା। ମୁଁ ସେଥିରେ ସ୍ୱାକ୍ଷର କରିଥିଲି। ସେଥିରେ ଇଣ୍ଟିମେସି ସମ୍ପର୍କିତ ଏକ ସର୍ତ୍ତ ଥିଲା। ମୁଁ ପୂର୍ବରୁ କହି ଦେଇଥିଲି ଯେ, ଅନ୍-ସ୍କ୍ରିନ୍ ଇଣ୍ଟିମେସି କରିବାରେ ମୁଁ ସହଜ ଅନୁଭବ କରୁନାହିଁ। ପ୍ରଯୋଜନା ସଂସ୍ଥା ଏଥିପାଇଁ ରାଜି ଥିଲା। କିନ୍ତୁ ସହ-ଅଭିନେତା ରାଜି ହେଲେନି। ଶେଷରେ ପରିସ୍ଥିତି ଏପରି ହେଲା କୁହାଗଲା ‘ଏହା କର, ନଚେତ୍ ଫିଲ୍ମ ଛାଡ଼’ ବୋଲି କୁହାଯାଇଥିଲା।

ସୂଚନାରୁ ପ୍ରକାଶ; ନିହାରିକା ଏନଏମ୍ ୨୦୨୩ ମସିହାରେ ଆମେରିକୀୟ ସିଟକମ୍ ‘ବିଗ୍ ମାଉଥ୍’ର ସିଜନ୍–୭ରେ ଗେଷ୍ଟ ଭଏସ୍ ରୋଲ୍ ଜରିଆରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଗତବର୍ଷ ସେ ତାମିଲ ଫିଲ୍ମ ‘ପେରୁସୁ’ ଜରିଆରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଦାର୍ପଣ କରିଥିଲେ। ଏହା ପରେ ‘ମିତ୍ରା ମଣ୍ଡଳୀ’ ଓ ‘ହୃଦୟମ ମୁରଲୀ’ ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କ ଆଗାମୀ କମେଡି-ଡ୍ରାମା ଫିଲ୍ମ ‘ଭାଇ ତେରା ଷ୍ଟାର ହୈ’ ୩୦ ଜୁଲାଇରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ବିବେକ ବି. ଅଗ୍ରୱାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଞ୍ଜୟ କପୁର ଓ ନିକ୍କି ୱାଲିଆ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।