fbpx

ସାହାଯ୍ୟର ମାଧ୍ୟମ ପାଲଟିଛନ୍ତି ନିକିତା ଏବଂ ସ୍ନେହା

ଭୁବନେଶ୍ୱର, ୨୫ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ ଭୟରେ ନିଜ ଲୋକ ପର କରିଦେଉଥିବା ବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ନିକିତା ଏବଂ ସ୍ନେହା । କରୋନାର ପ୍ରଥମ ଲହର ବେଳେ ସେମାନଙ୍କ ପରିବାର ଲୋକେ ରାସନ ଏବଂ ମେଡିସିନ୍ ନ ପାଇ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ, ତାହା ଯେପରି ଅନ୍ୟ ମାନଙ୍କ ପରିବାର ଲୋକେ ନ ଭୋଗନ୍ତୁ ସେଥିପାଇଁ ଘରେ ଘରେ ରାସନ ଏବଂ ମେଡିସିନ୍ ପହଞ୍ଚାଉଛନ୍ତି ଭୁବନେଶ୍ୱରର ଏହି ଦୁଇଝିଅ । ଘରେ ଆଇସୋଲେସନରେ ଥିବା ରୋଗୀ ମାନଙ୍କୁ ମାଗଣାରେ ମେଡିସିନ୍ , ରାସନ ଓ ରନ୍ଧା ଖାଦ୍ୟ ମାଗଣାରେ ପହଞ୍ଚାଇବା ପାଇଁ ସେମାନେ ଅଭିଯାନ ଆରମ୍ଭ କରିଥିଲେ । ଏନେଇ ସେମାନେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି । ଏଥିରେ ବୟସ୍କ ମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି । ଆଉ ଏହା କହିବାର ଅଳ୍ପ ଦିନ ମଧ୍ୟ ମେସାନଙ୍କ ପାଖକୁ ୧୫ ରୁ ୨୦ ଜଣଙ୍କର ରିକ୍ୱେଷ୍ଟ ଆସିଗଲାଣି ।

ନିକିତା ଏ ସମ୍ପର୍କରେ କହିଛନ୍ତି ଯେ, ସେ ତାଙ୍କର ୬ ଜଣ ସାଙ୍ଗକୁ ନେଇ ରନ୍ଧା ଖାଦ୍ୟ ତିଆରି କରୁଛନ୍ତି ଏବଂ ଯୋଗାଉଛନ୍ତି ମଧ୍ୟ । ଏଥିପାଇଁ ସେମାନେ ନିଜ ନିଜର ସଞ୍ଚିତ ଟଙ୍କା ବିନିଯୋଗ କରିଛନ୍ତି । ତାଙ୍କର ଯେଉଁ ୬ ଜଣ ସାଙ୍ଗ ସାହାହ୍ୟ କରୁଛନ୍ତି ସେମାନେ ମଧ୍ୟ ନିକିତାଙ୍କୁ ଆର୍ଥିକ ସାହାହ୍ୟ କରିଛନ୍ତି । ସେହିପରି ସେମାନେ ସକାଳ ସମୟରେ ଖାଇବା ରୋଷେଇ କରନ୍ତି । ଯେମିତିକି ଭାତ, ଡାଲି, ଖେଚୁଡି, ତରକାରୀ ଏବଂ ଦହି । ଏସବୁ ସେମାନେ ରୋଗୀ ମାନଙ୍କ ପାଇଁ ପ୍ରତିଦିନ ସକାଳ ସମୟରେ ପ୍ରସ୍ତୁତ କରନ୍ତି ।

ଅପର ପକ୍ଷରେ ସ୍ନେହା ମଧ୍ୟ ସମାନ ତରିକାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ଭୁବନେଶ୍ୱରର ପଳାଶପଲ୍ଲୀ ଅଞ୍ଚଳରେ ରୁହନ୍ତି । ସେ ରନ୍ଧା ଖାଦ୍ୟ ପ୍ଲେଟ୍ ପିଛା ୫୦ ଟଙ୍କା ଦରରେ ଘରେ ଆଇସୋଲେସନ୍ ରେ ଥିବା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି । ଏବେ ସୁଦ୍ଧା ସେ ୧୫ ଜଣଙ୍କୁ ରାତ୍ରି ଖାଇବା ଏବଂ ଅପରାହ୍ନ ଖାଇବା ଯୋଗାଇ ସାରିଲେଣି । ଏହି ମିଲ୍ ରେ ସେ ଭାତ, ଡାଲମା, ଭଜା ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାନ୍ତି । ଖାଲି ବୟସ୍କ ନୁହନ୍ତି ବରଂ ସବୁ ବର୍ଗର ଲୋକଙ୍କୁ ଯୋଗଉଛନ୍ତି ଯେଉଁ ମାନେ ସହରରେ ଏକୁଟିଆ ରହୁଛନ୍ତି ।

Get real time updates directly on you device, subscribe now.