fbpx

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ନାମ ପଞ୍ଜୀକରଣ ଅବଧି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ନାମ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଏହି ଅବଧି ରହିଥିଲା । ମାତ୍ର ଏବେ ତାହା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ୧୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଫି’ ଓ ଆବେଦନ ଫର୍ମ ଦାଖଲ କରିପାରିବେ । ଆଗକୁ ଆରମ୍ଭ ହେବାକୁ ଯାଉଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସବମିଟିଭ୍ ଆସେସମେଣ୍ଟ-୧ ଏହି ଅନଲାଇନ୍ ପଞ୍ଜୀକରଣ ଆଧାରରେ ପରିଚାଳନା କରାଯିବ । ତେଣୁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ନିହାତି ଜରୁରୀ । ତେବେ ଏହାପରେ ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.