fbpx

ମମତାଙ୍କ ଚିଠିର ଜବାବ ରଖିଲେ ଅର୍ଥମନ୍ତ୍ରୀ, ମେ’ ୩ରୁ କରୋନା ଉପକରଣ ଉପରୁ ଛାଡ଼ କରାଯାଇଛି ଜିଏସ୍ଟି

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ଉପକରଣ ଉପରେ ଜିଏସ୍ଟି ଛାଡିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ କରି ମମତା ବାନାର୍ଜୀଙ୍କ ଚିଠିର ଜବାବ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁସବୁ ଜିନିଷ ଉପରୁ ଜିଏସ୍ଟି ଛାଡ କରିବାକୁ କହୁଛନ୍ତି, ତା’ ଉପରୁ ମେ’ ୩ ତାରିଖରୁ ଜିଏସ୍ଟି ଛାଡ କରାଯାଇସାରିଛି । ଜିଏସ୍ଟି ଛାଡ କରାଯାଇଥିବା ଜିନିଷଗୁଡ଼ିକର ଏକ ସୂଚୀ ମଧ୍ୟ ନିର୍ମଳା ସୀତାରମଣ ସେୟାର କରିଛନ୍ତି, ଯେଉଁଥିରେ ଅମ୍ଳଜାନ ଟ୍ୟାଙ୍କ ଓ କୋଭିଡ ଔଷଧ ମଧ୍ୟ ରହିଛି ।

ସୂଚନା ଅନୁସାରେ ଆଜି ମମତା ବାନାର୍ଜୀ ଚିଠିରେ ଲେଖିଥିଲେ ଯେ, କୋଭିଡ ସହିତ ଲଢ଼ିବାରେ ରାଜ୍ୟକୁ ସାହାଯ୍ୟ କରିବା ପାଇଁ ଅନେକ ସଂଗଠନ, ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଏଜେନ୍ସି ଅମ୍ଳଜାନ କନସେନଟ୍ରେଟର, ସିଲିଣ୍ଡର, ଟ୍ୟାଙ୍କ ଏବଂ କରୋନା ଔଷଧ ଦେଉଛନ୍ତି। କିନ୍ତୁ ଏହିସବୁ ଜିନିଷ ଉପରେ ଅଧିକ ଜିଏସଟି ଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଜିଏସଟି ଛାଡ କରିବାକୁ ଅନୁରୋଧ କରିଛନ୍ତି । ଏହି ସମସ୍ତ ଟିକସ କେନ୍ଦ୍ରର ଅଧୀନରେ ଆସେ, ତେଣୁ ମୁଁ ଅନୁରୋଧ କରିବି ଯେ କେନ୍ଦ୍ର ସରକାର ଏହି ଜିନିଷଗୁଡିକ ଉପରୁ ଟିକସ ଛାଡ କରନ୍ତୁ।

Get real time updates directly on you device, subscribe now.