ଆପଣଙ୍କ ସ୍ୱପ୍ନର ଘରଠାରୁ ମଧ୍ୟ ମହଙ୍ଗା ନୀତା ଅମ୍ବାନୀଙ୍କ ପାଣି ବୋତଲ! ଜାଣନ୍ତୁ କାହିଁକି ଏହାର ଦାମ ୪୯ ଲକ୍ଷ ଟଙ୍କା
ନୀତା ଅମ୍ବାନୀଙ୍କ ପାଣି ବୋତଲର ଦାମ ଆଶ୍ଚର୍ଯ୍ୟ କଲା ଭଳି ପୂରା ୪୯ ଲକ୍ଷ ଟଙ୍କା, ଯାହା ଏକ 2BHK ଫ୍ଲାଟ୍ର ମୂଲ୍ୟଠାରୁ ମଧ୍ୟ ଅଧିକ! ଏହା ଏତେ ମହଙ୍ଗା କାହିଁକି? ଏହାର ସୁନା ଡିଜାଇନ୍ଠାରୁ ଆରମ୍ଭ କରି ଏହା ଭିତରେ ଥିବା ଦୁର୍ଲଭ ତଥା ପ୍ରିମିୟମ୍ ପାଣି ପର୍ଯ୍ୟନ୍ତ, ଏହି ଅତି-ମୂଲ୍ୟବାନ ପାଣି ପଛର ରହସ୍ୟ ଏଠାରେ ଜାଣନ୍ତୁ।
ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ନିଜର ସୌଖୀନ ଜୀବନଶୈଳୀ (ଲାଇଫ୍ଷ୍ଟାଇଲ୍) ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ତାଙ୍କ ଶାଢ଼ି, ବ୍ୟାଗ୍ ଏବଂ ଗହଣାର ମୂଲ୍ୟ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ବୋଲି ଆମେ ସମସ୍ତେ ଜାଣୁ। କିନ୍ତୁ ସେ ପିଉଥିବା ମାତ୍ର ଗୋଟିଏ ବୋତଲ ପାଣିର ଦାମ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ପାଣି ବୋତଲର ମୂଲ୍ୟରେ ଜଣେ ସାଧାରଣ ଲୋକ ସହରରେ ସବୁ ସୁବିଧା ଥିବା ଏକ ସୁନ୍ଦର ୨-ବିଏଚ୍କେ (2BHK) ଫ୍ଲାଟ୍ କିଣିପାରିବ।
ରିପୋର୍ଟ ଅନୁସାରେ, ନୀତା ଅମ୍ବାନୀ ବ୍ୟବହାର କରୁଥିବା ଏହି ପାଣି ବୋତଲର ଦାମ ପ୍ରାୟ ୪୯ ଲକ୍ଷ ଟଙ୍କା। ଏତିକି ଟଙ୍କାରେ ଜଣେ ମଧ୍ୟବିତ୍ତ ପରିବାର ନିଜ ସାରା ଜୀବନର ଜମାପୁଞ୍ଜିରେ ଏକ ଭଲ ଘର କିଣିଥାଏ। ତେବେ ଏହି ପାଣିରେ ଏମିତି କଣ ବିଶେଷତ୍ୱ ରହିଛି, ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ରହିଛି। ନୀତା ଅମ୍ବାନୀ ନିଜ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ବହୁତ ଯତ୍ନ ନିଅନ୍ତି। ସେ ପିଉଥିବା ଏହି ସ୍ପେଶାଲ ପାଣିର ନାମ ହେଉଛି ‘ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଆ ମୋଡିଗ୍ଲିଆନି’ (Acqua di Cristallo Tributo a Modigliani)।
ଏହି ବୋତଲକୁ ମେକ୍ସିକୋର ଜଣେ ପ୍ରସିଦ୍ଧ ଡିଜାଇନର୍ ଫର୍ଣ୍ଣାଣ୍ଡୋ ଅଲ୍ଟାମିରାନୋ ଡିଜାଇନ କରିଛନ୍ତି, ଯାହାକି ୨୪ କ୍ୟାରେଟ୍ର ନିଦା ସୁନାରେ ତିଆରି ହୋଇଛି। କେବଳ ବୋତଲ ନୁହେଁ, ଏହା ଭିତରେ ଥିବା ପାଣି ମଧ୍ୟ ସାଧାରଣ ନୁହେଁ। ଏହା ଫ୍ରାନ୍ସ, ଫିଜି ଏବଂ ଆଇସଲ୍ୟାଣ୍ଡର ପ୍ରାକୃତିକ ଝରଣାରୁ ଅଣାଯାଇଥିବା ପାଣିର ଏକ ମିଶ୍ରଣ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପାଣିରେ ୫ ଗ୍ରାମର ୨୪ କ୍ୟାରେଟ୍ ସୁନା ଭସ୍ମ ବା ସୁନା ଗୁଣ୍ଡ ମିଶିଥାଏ। କୁହାଯାଏ ଯେ, ଏହି ପାଣି ପିଇବା ଦ୍ୱାରା ତ୍ୱଚାକୁ ଉଜ୍ଜଳ ରହେ ଏବଂ ଶରୀରକୁ ଅଧିକ ଶକ୍ତି ମିଳିଥାଏ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଏହା ହିଁ ନୀତା ଅମ୍ବାନୀଙ୍କ ସଦା ସର୍ବଦା ସୁନ୍ଦର ଦେଖାଯିବାର ଅସଲ ରହସ୍ୟ।
ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଲୋକେ ବିଭିନ୍ନ ପ୍ରକାର ମଜାଦାର କମେଣ୍ଟ ଦେବାରେ ଲାଗିଛନ୍ତି। କେହି କେହି ମଜାରେ ଲେଖିଛନ୍ତି, ‘ଏହି ବୋତଲକୁ ସଫା କରିବା ପାଇଁ କେଉଁ ପାଣି ବ୍ୟବହାର କରାଯାଉଥିବ?’, ତେବେ ଆଉ କେହି ଏଭଳି ସୌଖୀନ ଜୀବନ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାହା ହେଲେ ବି, ଅମ୍ବାନୀ ପରିବାରର ଏହି ରାଜକୀୟ ଠାଣି ସବୁବେଳେ ଲୋକଙ୍କୁ ଚକିତ କରିଥାଏ।


