fbpx

ନୀତି ଆୟୋଗର SDG ରିପୋର୍ଟ: ଟପରେ କେରଳ, ୧୯ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ: ନୀତି ଆୟୋଗର ବିକାଶ ସୂଚକାଙ୍କ ୨୦୨୦-୨୧ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀରେ ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର । ୨୮ଟି ରାଜ୍ୟର ତାଲିକାରେ ପ୍ରଥମ ସ୍ଥାନରେ ରହିଛି କେରଳ । ହିମାଚଳ ପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି ।

ସେହିପରି ରିପୋର୍ଟରେ ଓଡିଶା ୧୯ତମ ସ୍ଥାନରେ ରହିଛି । ୨୦୧୮ରେ ଓଡିଶା ୨୨ତମ ସ୍ଥାନରେ ରହିଥିବା ବେଳେ ୨୦୧୯ରେ ୧୫ ଓ ୨୦୨୦ରେ ୧୯ ସ୍ଥାନ ଅଧିକାର କରିଥିଲା । କିନ୍ତୁ ସୂଚକାଙ୍କ ତାଲିକାରେ ସବୁଠାର ତଳେ ରହିଛି ବିହାର । ଝାଡ଼ଖଣ୍ଡର ସ୍ଥିତି ମଧ୍ୟ ଭଲ ନଥିବାରୁ ତାହା ବିହାର ଉପରେ ରହିଛି ।

Get real time updates directly on you device, subscribe now.