fbpx

ସମସ୍ତ ହସ୍ପିଟାଲକୁ ନୀତିନ ଗଡକରୀଙ୍କ ଉପଦେଶ, ଅକ୍ସିଜେନ୍ ଯୋଗାଣ ନେଇ ଆତ୍ମ ନିର୍ଭରଶୀଳ ହୁଅନ୍ତୁ

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଥମିବାର ନାଁ ଧରୁନାହିଁ। ପ୍ରଥମ ଲହର ପରେ କରୋନାର ଦ୍ଵିତୀୟ ଲହରରେ ଅନେକ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ଗତ କିଛି ଦିନରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। କରୋନାର ତୃତୀୟ ଲହରକୁ ନେଇ ଏବେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ମାତ୍ର ଏହା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, କୋଭିଡ୍-୧୯ର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଛୋଟ ଏବଂ ମଧ୍ୟମ ଧରଣର ହସ୍ପିଟାଲ ଅକ୍ସିଜେନ ଯୋଗାଣକୁ ନେଇ ଆତ୍ମ ନିର୍ଭରଶୀଳ ହୁଅନ୍ତୁ। ତୃତୀୟ  ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଅକ୍ସିଜେନ ଯୋଗାଣ ବ୍ୟତୀତ ଅନ୍ୟ ଜରୁରୀ ଚିକିତ୍ସା ସେବା ପାଇଁ ଆତ୍ମ ନିର୍ଭରଶୀଳ ହୁଅନ୍ତୁ ବୋଲି ଗଡକରୀ ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶୁକ୍ରବାର ଏକ ଓ୍ଵେବିନାରରେ ଚିକିତ୍ସିକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଅକ୍ସିଜେନ୍ ଯୋଗାଣା ଏକ ଗୁରୁତର ପ୍ରସଙ୍ଗ ଏବଂ ଆମକୁ ଆତ୍ମନିର୍ଭର ହେବାର ଆବଶ୍ୟକତା ରହିଛି। ଏମିତିରେ ଯେଉଁ  ହସ୍ପିଟାଲ ପାଖରେ ୫୦ରୁ ଅଧିକ ଶଯ୍ୟା  ରହିଛି,  ସେମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ଉଚିତ୍।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅକ୍ସିଜେନ୍ ଟ୍ୟାଙ୍କର ସମସ୍ତ ଜିଲ୍ଲାରେ ଉପଲବ୍ଧ ହେବା ଉଚିତ୍। ତୃତୀୟ ଲହରକୁ ଦୃଷ୍ଟିରେ ରଖି ତତ୍କାଳ, ମଧ୍ୟବର୍ତ୍ତୀ ଏବଂ ଦୀର୍ଘଗାମୀ ପାଇଁ ଯୋଜନା ପ୍ରସ୍ତୁତି ଉପରେ ଜୋର ଦିଆଯାଉଛି। ସବୁ ଜିଲ୍ଲା ନିକଟରେ ୪୦୦୦-୫୦୦୦ ପର୍ଯ୍ୟନ୍ତ ଅତିରିକ୍ତ ଅକ୍ସିଜେନ୍ ସିଲିଣ୍ଡର ରହିବା ଉଚିତ୍। ଗଡକରୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଜୋର ଦେଇଛନ୍ତି। କେମିତି ଶଯ୍ୟା ସଂଖ୍ୟା ବଢିବ ଏବଂ ଜରୁରୀକାଳୀନ ସ୍ଥିତିର ମୁକାବିଲା କରାଯାଇ ପାରିବ ତା ଉପରେ ସମସ୍ତ ହସ୍ପିଟାଲ ରଣନୀତି ପ୍ରସ୍ତୁତି କରିବା ଉଚିତ୍ ବୋଲି ସେ କହିଛନ୍ତି।

Get real time updates directly on you device, subscribe now.