fbpx

ନୀତିନ ଗଡକରୀଙ୍କ ବଡ ଘୋଷଣା, ଏବେ ପ୍ରତି ଗାଡିରେ ରହିବ ସେଫଟି ଫିଚର, ଏହି ତାରିଖରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ : କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ସୁରକ୍ଷା ମିଳିବାକୁ ଯାଉଛି । ଭାରତରେ ବିକ୍ରି ହେଉଥିବା ନୂତନ କାରଗୁଡିକରେ ଶୀଘ୍ର ଛଅ ଏୟାରବ୍ୟାଗକୁ ଷ୍ଟାଣ୍ଟାର୍ଡ ସେଫଟି ଫିଚରରେ ପରିଣତ କରାଯିବ। ଏହି ନୂତନ ନିୟମ ୨୦୨୨ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ । ରିପୋର୍ଟ ମୁତାବକ, ଅତିରିକ୍ତ ଏୟାରବ୍ୟାଗ କାରଣରୁ ଗାଡିର ମୂଲ୍ୟ ସର୍ବାଧିକ ୫୦ ହଜାର ଟଙ୍କା ଅଧିକ ହୋଇପାରେ । ବର୍ତ୍ତମାନ ୬ ଏୟାରବ୍ୟାଗ ବିଶିଷ୍ଟ ମୋଡେଲ ଥିବା କାରର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ।

କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଭାରତ ଏବେ କଡା ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ନୀତି ଆପଣେଇବ । ଏହା ଗାଡି ଏବଂ ଯାତ୍ରୀଙ୍କ ପାଇଁ ରହିବା ଏକାନ୍ତ ଆବଶ୍ୟକ । ସେ କହିଛନ୍ତି, ଭାରତରେ ବିକ୍ରି ହେଉଥିବା କାରରେ ୬ ଏାୟରବ୍ୟାଗକୁ ବାଧ୍ୟତାମୂଳକ କଲେ ସୁରକ୍ଷା ମାନଦଣ୍ଡକୁ ଆହୁରି ବଢାଯାଇ ପାରିବ ।

ଏହା ପୂର୍ବରୁ ଜାନୁଆରୀ ମାସରେ ମନ୍ତ୍ରଣାଳୟ ୮ ଯାତ୍ରୀ ବସିବା ବିଶିଷ୍ଟ ଗାଡିରେ ୬ ଏୟାରବ୍ୟ।।ଗ ବାଧ୍ୟତାମୂଳକ କରାଯିବା ଡ୍ରାଫ୍ଟକୁ ମଞ୍ଜୁରୀ ଦେଇଥିଲେ । ମନ୍ତ୍ରଣାଳୟ ୨୦୨୨ ଜାନୁଆରୀରେ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଥିଲେ । ଏଥିରେ ନୂତନ ନିୟମ ଜାରି କରାଯାଇଥିଲା ଯେ, କାରଗୁଡିକରେ ଛଅ ଏୟାରବ୍ୟାଗ ରହିବା ବାଧ୍ୟତାମୂଳକ ହେବ । ବିଜ୍ଞପ୍ତି ଅନୁଯାୟୀ, ଏହି ନିୟମ ୨୦୨୨ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ।

 

Get real time updates directly on you device, subscribe now.