fbpx

ନିୟମିତ ଗଞ୍ଜେଇ ଟାଣନ୍ତି ନୀତିଶ କୁମାର: ଆରଜେଡି ବିଧାୟକ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଳୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ଯାହା ବିହାର ରାଜନୀତିକୁ ଉଷ୍ମତା ପ୍ରଦାନ କରିଛି । ନୀତିଶ ନିୟମିତ ଗଞ୍ଜେଇ ଟାଣନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆରଜେଡି ବିଧାୟକ ରାଜବଂଶୀ ମାହାତୋ । ମଦ ବନ୍ଦ ପାଇଁ ନୀତିଶଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ବିରୋଧ କରି ଆରଜେଡି ପକ୍ଷରୁ ଏଭଳି ବୟାନ ଦିଆଯାଇଛି । ରାଜ୍ୟରେ ମଦ ବନ୍ଦ ଏକ ପ୍ରହସନରେ ପରିଣତ ହୋଇଛି । ମଦ ଯଦି ବନ୍ଦ କରାଯାଇଛି ତାହେଲେ ଏ ଶପଥ ଗ୍ରହଣ କାର୍ଯ୍ୟକ୍ରମ କଣ ପାଇଁ ବୋଲି ରାଜବଂଶୀ ପ୍ରଶ୍ନ କରିଛନ୍ତି । ଚୋରା ବ୍ୟବସାୟୀ ମାନେ ଏହା ଦ୍ୱାରା ଲାଭବାନ ହେଉଛନ୍ତି । ଏପରିକି ପ୍ରତି ଗାଁ ଓ ସହରରେ ଚୋରା ମଦ ମିଳୁଥିବା ସେ କହିଛନ୍ତି ।

ମଦ ପରି ବିହାର ସରକାର ଗଞ୍ଜେଇକୁ ମଧ୍ୟ ବ୍ୟାନ କରିଛନ୍ତି । ତେବେ ନୀତିଶ କେଉଁ ଭଳି ଭାବରେ ନିୟମିତ ଗଞ୍ଜେଇ ସେବନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମାହାତୋ । ରାଜ୍ୟରେ ଗଞ୍ଜେଇ ବିକ୍ରି ଉପରେ ରୋକ ଲଗାଯାଇଥିବା ବେଳେ ନୀତିଶ କୁମାରଙ୍କୁ ଗଞ୍ଜେଇ କେଉଁଠୁ ମିଳୁଛି ବୋଲି ସେ କହିଛନ୍ତି । ବିହାର ପୋଲିସ କେବଳ ଗରିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ବିହାରରେ ମାଫିଆ ରାଜ ଚାଲିଥିବା କହିଛନ୍ତି ମାହାତୋ ।

Get real time updates directly on you device, subscribe now.