fbpx

ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ: ୭ଟି ଦଳର ସହେଯାଗରେ ହେବ ନୂଆ ସରକାର

ବିହାର: ବିହାରରେ ଦୀର୍ଘ ଦିନ ଧରି ଚାଲୁଥିବା ରାଜନୈତିକ ବିବାଦର ଅନ୍ତ ହୋଇଛି । ଶେଷରେ ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ କୁମାର । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତୀଶ । ତେବେ ସେ ୨୧ ମାସରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନେବେ ଶପଥ । ଏନେଇ ଆଜି ଅପରାହ୍ନ ୨ ଟାରେ ମହାମେଣ୍ଟ ସରକାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ସୂଚନା ଅନୁଯାୟୀ, ଗତକାଲି ବିଜେପି ସହ ମେଣ୍ଟ ଭଙ୍ଗ କରିଥିଲେ ନୀତୀଶ । ନୀତୀଶ କୁମାର ବିଜେପି ଛାଡି ପୁଣି ଆରଜେଡିକୁ ସାଥୀ କରିଛନ୍ତି । ତେବେ ଖବର ଅନୁଯାୟୀ ନୀତୀଶ କୁମାରଙ୍କ ବାସଭବନରେ ହୋଇଥିବା ଏକ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆରଜେଡିର ତେଜସ୍ୱୀ ଯାଦବ । ତେବେ ୭ଟି ଦଳର ସହେଯାଗରେ ସରକାର ଗଠନ କରିବେ ନୀତୀଶ କୁମାର ।

Get real time updates directly on you device, subscribe now.