ମା’ଙ୍କ ଦେହାନ୍ତରେ ଭାଙ୍ଗିପଡ଼ିଲେ ନୀତୀଶ ରାଣା, ପଡ଼ିଆ ମଝିରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ
ଭାରତୀୟ କ୍ରିକେଟର ନୀତୀଶ ରାଣାଙ୍କ ପାଇଁ ଦିଲ୍ଲୀ ପ୍ରିମିୟର ଲିଗ୍ର ଏହି ମ୍ୟାଚ୍ଟି ଅତ୍ୟନ୍ତ ଭାବପ୍ରବଣ ରହିଥିଲା।
ଓଡିଶାଭାସ୍କର: ଭାରତୀୟ କ୍ରିକେଟର ନୀତୀଶ ରାଣାଙ୍କ ପାଇଁ ଦିଲ୍ଲୀ ପ୍ରିମିୟର ଲିଗର ଏହି ମ୍ୟାଚଟି ଅତ୍ୟନ୍ତ ଭାବପ୍ରବଣ ରହିଥିଲା। ମା’ଙ୍କ ଦେହାନ୍ତର କିଛି ଦିନ ପରେ ନୈଦାନକୁ ଫେରିଥିବା ରାଣା ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ।
କିନ୍ତୁ ୫୦ ରନ୍ ପୂରଣ କରିବା ମାତ୍ରେ ସେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ସେ ଆକାଶକୁ ଚାହିଁ ନିଜ ଦିବଙ୍ଗତ ମା’ଙ୍କୁ ମନେ ପକାଇଥିଲେ ଏବଂ ମୈଦାନ ମଝିରେ ହିଁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।
ଅର୍ଦ୍ଧଶତକ ପୂରା କରିବା ମାତ୍ରେ କାନ୍ଦିବାକୁ ଲାଗିଲେ: ୱେଷ୍ଟ ଦିଲ୍ଲୀ ଲାୟନ୍ସ ପକ୍ଷରୁ ଖେଳୁଥିବା ନୀତୀଶ ରାଣା ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ। ସେ ମାତ୍ର ୩୩ଟି ବଲ୍ରେ ୬୦ ରନ୍ର ଦମଦାର ଇନିଂସ୍ ଖେଳିଥିଲେ। ତାଙ୍କ ଇନିଂସ୍ରେ ୪ଟି ଚୌକା ଏବଂ ୬ଟି ଛକା ସାମିଲ ଥିଲା। ରାଣା ମାତ୍ର ୨୭ଟି ବଲ୍ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ସେ ଏହି ଉପଲବ୍ଧି ହାସଲ କରିବା ମାତ୍ରେ ବ୍ୟାଟ୍ ଧରି ଆକାଶକୁ ଚାହିଁଥିଲେ। ଏହାପରେ ତାଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। କିଛି ସମୟ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଭାବପ୍ରବଣ ହୋଇଯାଇଥିଲେ ଏବଂ ନିଜ ମା’ଙ୍କୁ ମନେ ପକାଇ ପଡ଼ିଆରେ ହିଁ କାନ୍ଦି ପକାଇଥିଲେ। ବିପକ୍ଷ ଦଳର ଖେଳାଳି ଏବଂ ଅମ୍ପାୟାର ମଧ୍ୟ ତାଙ୍କ ନିକଟକୁ ଯାଇ ତାଙ୍କୁ ସମ୍ଭାଳିଥିଲେ।
ଜର୍ସିରେ ବି ଲେଖାଥିଲା ମା’ଙ୍କ ନାମ: ନୀତୀଶ ରାଣା ଏହି ମ୍ୟାଚ୍ରେ ନିଜ ମା’ଙ୍କୁ ଏକ ବିଶେଷ ଢଙ୍ଗରେ ମନେ ପକାଇଥିଲେ। ତାଙ୍କ ଜର୍ସିର ପଛପଟେ ତାଙ୍କ ମା’ଙ୍କ ନାମ ‘N. Satish’ ଲେଖାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଥିଲା ଯେ, ଏହି କଠିନ ସମୟରେ ମଧ୍ୟ ତାଙ୍କ ମା’ ତାଙ୍କ ସହିତ ଅଛନ୍ତି ବୋଲି ରାଣା ଅନୁଭବ କରୁଥିଲେ।
ରାଣାଙ୍କ ପତ୍ନୀ ସାଚି ମାରୱାହ ମଧ୍ୟ ତାଙ୍କ ଭାବପ୍ରବଣ ଇନିଂସ୍ ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଥିଲେ। ସେ ଲେଖିଥିଲେ, “ମମ୍ମା ତୁମ ସହିତ ଅଛନ୍ତି।” ଏହି ବାର୍ତ୍ତା ଏହି କଠିନ ସମୟରେ ରାଣାଙ୍କ ପାଇଁ ଏକ ଭାବନାତ୍ମକ ସମର୍ଥନ ପାଲଟିଥିଲା।
ଦଳକୁ ମିଳିଲାନି ବିଜୟ: ନୀତୀଶ ରାଣା ନିଜ ଦଳ ପାଇଁ ଏକାକୀ ଲଢ଼େଇ କରି ୬୦ ରନ୍ ସ୍କୋର କରିଥିଲେ। କିନ୍ତୁ ୱେଷ୍ଟ ଦିଲ୍ଲୀ ଲାୟନ୍ସର ପୂରା ଦଳ ୧୬୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।


