fbpx

BJDର ନିବେଦିତା ଜେନା ହେଲେ ଧାମନଗର NAC ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ନୋଟିଫାଏଡ୍ ଏରିଆ କାଉନସିଲ (ଏନଏସି)କୁ ଜବଜା କରିନେଇଛି ଶାସକ ଦଳ ବିଜେଡି । ବିଜେଡିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିବେଦିତା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ମାତ୍ ଦେଇଛନ୍ତି । ଏନଏସିର ମୋଟ ୧୧ଟି ୱାର୍ଡ ମଧ୍ୟରୁ ବିଜେଡି ୯ଟିରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨ଟିରେ ବିଜୟୀ ହୋଇଥିଲା ।

ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ମତଦାନ ପୂର୍ବରୁ ଉକ୍ତ ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇ ଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗଣତି କେନ୍ଦ୍ର ନିକଟରେ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଗଣତି କେନ୍ଦ୍ରକୁ ଚାରିଚକିଆ ଯାନ ଯିବାଆସିବା ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗା ଯାଇଥିଲା ।

ଗତ ମାସ ୨୪ ତାରିଖରେ ହିଂସାକାଣ୍ଡ ଘଟିବା କାରଣରୁ ଏନଏସିର ୬ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଗତକାଲି ଉକ୍ତ ୪ଟି ୱାର୍ଡରେ ଥିବା ୬ଟି ବୁଥରେ ମତଦାନ କରାଯାଇଥିଲା । ୬ଟି ୱାର୍ଡରେ ପୁନଃ ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଥିଲେ ।

Get real time updates directly on you device, subscribe now.