fbpx

ଏଣିକି ଟ୍ରେନରେ ଧୂମପାନ କଲେ କି ଭିକ ମାଗିଲେ ହେବ ନାହିଁ ଜେଲ୍ ! ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ, ୭ା୯: ଅନେକ କିଛି ପୁରୁଣା ନିୟମ ପରିବର୍ତ୍ତନ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ପ୍ରସ୍ତାବରେ ଭାରତୀୟ ରେଳ ନିୟମ ଅଧିନିୟମ ୧୯୮୯ ର ଦୁଇଟି ନିୟମ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ପ୍ରସ୍ତାବ ଅନୁସାରେ ଆଇଆରଏର ଧାରା ୧୪୪ରେ ସଂଶୋଧନ କରିବାକୁ କୁହାଯାଇଛି । ଏହାସହ ରେଳ କିମ୍ବା ଷ୍ଟେସନରେ ଧୂମପାନ ତଥା ବିଡ଼ି ସିଗାରେଟ ଟାଣୁଥିବା ଓ ଭିକ ମାଗୁଥିବା ବ୍ୟକ୍ତିଙ୍କୁ ଜେଲ ପଠାନଯାଇ ସେମାନଙ୍କ ପାଇଁ ଦଣ୍ଡିବିଧାନର ବ୍ୟବସ୍ଥା କରାଯାଉ । ସେହିପରି ଭାରତୀୟ ରେଳ ଆଇନର ଧାରା ୧୬୭ ରେ ସଂଶୋଧନ କରାଯାଉ ବୋଲି ପ୍ରସ୍ତାବ ରଖାଯାଇଛି ।

Get real time updates directly on you device, subscribe now.