fbpx

କରୋନାକୁ ହରାଇଲା ଆମେରିକା: ଲୋକମାନେ ଆଉ ପିନ୍ଧିବେ ନାହିଁ ମାସ୍କ

ୱାଶିଂଟନ, ୧୪ା୫: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ କୋଟି ୧୭ ଲକ୍ଷ ଅତିକ୍ରମ କରିସାରିଲାଣି । ତେବେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଆମେରିକାକୁ ନେଇ ଏକ ଖୁସି ଖବର ସାମନାକୁ ଆସିଛି । କରୋନାକୁ ମାତ୍ ଦେଇଛି ଆମେରିକା । ଦ୍ୱିତୀୟ ଦେଶ ଭାବେ ମାସ୍କ ମୁକ୍ତ ହେଲା ଆମେରିକା । ଆମେରିକାରେ ଲୋକମାନେ ଆଉ ମାସ୍କି ପିନ୍ଧିବେ ନାହିଁ । କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ନୁହେଁ । ଆମେରିକାର ଜନସାଧାରଣଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ସେଣ୍ଟର ଫର୍ ଡିଜିସ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ପକ୍ଷରୁ କୁହାଯାଇଛି ।

ଆମେରିକାରେ ଶତ ପ୍ରତିଶତ ଟିକାକରଣ ସମ୍ପୂର୍ଣ୍ଣ ହୋଇଛି । ତେବେ ସିଡିସି ପକ୍ଷରୁ ଏହି ଘୋଷଣା କରାଯିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ମିଡ଼ିଆ ଆଗକୁ ଆସିଥିବା ଦେଖାଯାଇଥିଲା । ଏହା ଆମେରିକା ପାଇଁ ଐତିହାସିକ ସଫଳତା ବୋଲି ରାଷ୍ଟ୍ରପତି ବାଇଡେନ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୧୮ ତାରିଖରେ ଇସ୍ରାଏଲ ପ୍ରଥମ ଦେଶ ଭାବେ ମାସ୍କ ମୁକ୍ତ ହୋଇଥିଲା ।

Get real time updates directly on you device, subscribe now.