fbpx

ବନ୍ୟା ଆଶଙ୍କା ନାହିଁ: ଏସଆରସି

ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ଲଗାଣ ବର୍ଷା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ଯେ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ଗଞ୍ଜାମର ୩ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ଗଞ୍ଜାମର ୧୬ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଋଷିକୂଲ୍ୟା ନଦୀରେ ଜଳସ୍ତର ବଢିବ, କିନ୍ତୁ ବନ୍ୟା ଆଶଙ୍କା ନାହିଁ । ବର୍ଷା କମିଆସିଲାନି, ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

Get real time updates directly on you device, subscribe now.