fbpx

(ଭିଡିଓ) ଗାଁକୁ ନାହିଁ ରାସ୍ତା, ଆସିପାରିଲାନି ଆମ୍ବୁଲାନ୍ସ: ସାଇକେଲରେ ବୁହାହେଲେ ରୋଗୀ

ବୌଦ୍ଧ ବ୍ଲକ ଶଗଡା ପଂଚାୟତ ଅନ୍ତର୍ଗତ ଭାଳିଆପଦର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତାଟିଏ ନଥିବାରୁ ସାଇକେଲରେ ବୁହାହେଲେ ରୋଗୀ ।

ସୂଚନା ଅନୁଯାୟୀ, ଦିନି ଖେତୀ ନାମକ ଜଣେ ମହିଳା ଚାରିଦିନ ତଳେ ଜ୍ୱର ଏବଂ ବାନ୍ତି ହେଉଥିବା କାରଣରୁ ବଲାଙ୍ଗିର ଡାକ୍ତର ଖାନା ନେଇଥିଲେ ତାଙ୍କଦେହ ଟିକିଏ ଭଲ ହେବାରୁ ପୁଣି ଘରକୁ ଆଣିଥିଲେ । ହେଲେ ଆଜି ସକାଳୁ ତାଙ୍କ ଦେହ ପୁଣି ଅଧିକ ଖରାପ ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ୧୦୮ ଆମ୍ବୁଲାନ୍ସ ରାସ୍ତା ଖରାପ ଯୋଗୁଁ ଘଟଣା ସ୍ଥଳକୁ ପହଞ୍ଚି ନ ପରିବାରୁ ରାସ୍ତା ର ଅଧା ବାଟରେ ଅଟକିଥିଲା । ପରେ ପରିବାର ଲୋକେ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ  ସାଇକେଲ ସାହାଯ୍ୟରେ  ବସାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ  ନେଇଥିଲେ ଏବଂ ସୋନପୁର ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.