fbpx

ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ନାହିଁ ବିଧିବଦ୍ଧ ଆଇନ୍, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବିଧାନସଭା ଅଧିବେଶନରେ ବିଧାୟକ ନାଉରୀ ନାୟକଙ୍କ ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲକୁ ସରକାରୀ କାର୍ଯ୍ୟକ୍ରମରେ ଅନୁମତି ନେଇ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲଙ୍କ ପାଇଁ ନାହିଁ ବିଧିବଦ୍ଧ ଆଇନ୍ ।

ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ କେତେଗୋଟି ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲ୍ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଠାରୁ ସମ୍ବାଦ ପତ୍ର ପ୍ରସ୍ତୁତି ଏବଂ ପରିବେଷଣା ପାଇଁ ବିଧିବଦ୍ଧ ଅନୁମତି ପାଇଛନ୍ତି । ଏହି ସୋସିଆଲ ମିଡିଆ ନୁଜ୍ ଚ୍ୟାନେଲ ସାମ୍ବାଦିକମାନଙ୍କ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକୁ ନିମନ୍ତ୍ରଣ କରିବାକୁ ବା ନ କରିବାକୁ କୌଣସି ବିଭାଗୀୟ ନିର୍ଦ୍ଦେଶାବଳୀ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ ସୋସିଆଲ ମିଡିଆ ନ୍ୟୁଜ୍ ଚ୍ୟାନେଲ ପାଇଁ ସମ୍ବାଦ ପ୍ରସ୍ତୁତି ଓ ପରିବେଷଣ କରିବା ନିମନ୍ତେ ଅନୁମତି ପ୍ରାପ୍ତ ପାଇଁ  ରାଜ୍ୟ ସରକାଙ୍କ କୌଣସି ବିଧିବଦ୍ଧ ଆଇନ୍ ନାହିଁ । ଏହା କେନ୍ଦ୍ର ସରକାରଙକ ଅଧିନସ୍ଥ ବିଷୟ ଅଟେ । ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ସୋସିଆଲ ମିଡିଆ ନ୍ୟୁଜ୍ ଚାନଲେର ସାମ୍ବାଦିକଙ୍କୁ ନିମନ୍ତ୍ରଣ କରିବା କିମ୍ବା ନକରିବା ବାବଦରେ କୌଣସି ନିର୍ଦ୍ଦେଶାବଳୀ ନାହିଁ ।

Get real time updates directly on you device, subscribe now.