fbpx

ବ୍ୟାଙ୍କ ଭଳି ଗାଡ଼ି ପାଇଁ ନୋମିନି ବ୍ୟବସ୍ଥା

ନୂଆଦିଲ୍ଲୀ, ୦୯/୦୫: କେନ୍ଦ୍ରୀୟ ମୋଟର ଯାନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି, ଯାହାର ସିଧାସଳଖ ଲାଭ ଗାଡ଼ି ମାଲିକମାନଙ୍କୁ ମିଳିବ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ୧୯୮୯ରେ ଏକ ସଂଶୋଧନ କରିଛନ୍ତି । ଏହାଦ୍ୱାରା କାର କିମ୍ବା ବାଇକ କିଣିବା ସମୟରେ ହିଁ ଗାଡ଼ି ମାଲିକ ପଞ୍ଚୀକରଣ ପ୍ରମାଣପତ୍ରରେ ଜଣେ ବ୍ୟକ୍ତିଙ୍କୁ ନୋମିନି ନିଯୁକ୍ତ କରିପାରିବେ । ଏହାଦ୍ୱାରା ଗାଡ଼ିର ମାଲିକାନା ହସ୍ତାନର ପ୍ରକ୍ରିୟା ସହଜ ହୋଇପାରିବ ।

ଯଦି ଗାଡି ମାଲିକ ମୃତ୍ୟୁ ହୁଏ, ତେବେ ପଞ୍ଜୀକରଣ ପ୍ରମାଣପତ୍ରରେ ଥିବା ନୋମିନିଙ୍କ ଜରିଆରେ ଗାଡିର ମାଲିକାନା ସ୍ଥାନାନ୍ତର କରିବା ସହଜ ହେବ । ସାଧାରଣତଃ ଏଭଳି ପରିସ୍ଥିତିରେ ଗାଡି ମାଲିକଙ୍କ ମୃତ୍ୟୁ ପରେ ଗାଡିଟିକୁ ଅନ୍ୟ ଜଣଙ୍କ ନାମକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଥିଲା । କେବଳ ଏତିକି ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ଭିନ୍ନ ନିୟମ ଥିଲା।

କିନ୍ତୁ ମନ୍ତ୍ରଣାଳୟର ଏହି ନୂତନ ନିୟମ ଅନୁଯାୟୀ, ଗାଡି କିଣିବା ସମୟରେ ହିଁ ନୋମିନିଙ୍କ ନାମ ନିଯୁକ୍ତ କରିପାରିବେ କିମ୍ବା ପରେ ଅନଲାଇନ୍ ରେ ନୋମିନିଙ୍କ ନାମ ଯୋଡିପାରିବେ  । ଏଥିପାଇଁ ଗାଡି ମାଲିକଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ। ଜଣେ ନୋମିନି ନିଯୁକ୍ତ କରିବା ପାଇଁ, ଗାଡି ମାଲିକଙ୍କୁ ନୋମିନିଙ୍କ ପରିଚୟ ପତ୍ର ଦାଖଲ କରିବାକୁ ପଡିବ ।

କେନ୍ଦ୍ରୀୟ ମୋଟର ଯାନ ଆଇନରେ କରାଯାଇଥିବା ସଂଶୋଧନ ଅନୁଯାୟୀ ଯଦି ଗାଡି ମାଲିକଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ମୃତ୍ୟୁର ସୂଚନା ୩୦ ଦିନ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପଡିବ। ଏହା ବ୍ୟତୀତ, ଗାଡି ପଞ୍ଜୀକରଣ ପ୍ରମାଣପତ୍ରରେ ନାମିତ ବ୍ୟକ୍ତିଙ୍କୁ ପ୍ରକୃତ ମାଲିକଙ୍କ ମୃତ୍ୟୁର ୩ ମାସ ମଧ୍ୟରେ ଗାଡି ପଞ୍ଜିକରଣ କର୍ତ୍ତୃପକ୍ଷଙ୍କୁ ସ୍ଥାନାନ୍ତର କରିବାକୁ ଫର୍ମ ୩୧ ପୂରଣ କରି ଆବେଦନ କରିବାକୁ ପଡିବ । ସୂଚନାଯୋଗ୍ୟ ଗାଡ଼ି ମାଲିକ ପରେ ମଧ୍ୟ ନୋମିନି ବଦଳାଇ ପାରିବେ ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୭ ନଭେମ୍ବର, ୨୦୨୦ ରେ ପଞ୍ଜୀକୃତ ପ୍ରମାଣପତ୍ରରେ ଜଣେ ବ୍ୟକ୍ତିଙ୍କୁ ନୋମିନି କରିବା ପାଇଁ ଗାଡି ମାଲିକଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଥିଲା। ସରକାର ମଧ୍ୟ ପ୍ରସ୍ତାବିତ ସଂଶୋଧନ ଉପରେ ଜନସାଧାରଣ ଏବଂ ସମସ୍ତ ହିତାଧିକାରୀଙ୍କ ମତାମତ ଏବଂ ମନ୍ତବ୍ୟ ଆମନ୍ତ୍ରଣ କରିଛନ୍ତି।

Get real time updates directly on you device, subscribe now.