fbpx

Lung Cancerର କାରଣ କେବଳ ଧୂମ୍ରପାନ ଓ ଗୁଟଖା ନୁହେଁ: ସିଗାରେଟ ନ ସେବନ କଲେ ବି ମୃତ୍ୟୁ ଘଟୁଛି- ରିସର୍ଚ୍ଚ

ନୂଆଦିଲ୍ଲୀ: ଧୂମ୍ରପାନ ଓ ଗୁଟଖା ସେବନ ଫୁସଫୁସ କ୍ୟାନ୍ସରର କାରଣ ବୋଲି ଆମେ ପୂର୍ବରୁ ଜାଣିଛେ । ତେବେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ସିଗାରେଟ ଟାଣୁ ନଥିବା ଲୋକଙ୍କ ଠାରେ ମଧ୍ୟ ଲଙ୍ଗ କ୍ୟାନ୍ସର ଆଶଙ୍କା ଦେଖାଦେଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟ ମୁତାବକ, ୨୦୨୦ରେ ବିଶ୍ୱରେ ଅନେକ ଲୋକ ଲଙ୍ଗ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ । ପ୍ରତ୍ୟେକ ବର୍ଷ ଏଥିରେ ୧୮ ଲକ୍ଷ ପ୍ରାଣ ହରାଇଥାନ୍ତି ।

ଲଣ୍ଡନର ଗବେଷକଙ୍କ ମତରେ, ଲଙ୍ଗ କ୍ୟାନ୍ସର ପାଇଁ ବିଭିନ୍ନ ପ୍ରକାର କାରଣ ରହିଛି । କେବଳ ସ୍ମୋକିଂ ଏଥିପାଇଁ ଦାୟୀ ନୁହେଁ । ଲଙ୍ଗ କ୍ୟାନ୍ସରର ସବୁଠାରୁ ବଡ଼ କାରଣ ହେଉଛି ବାୟୁ ପ୍ରଦୂଷଣ । ଏଥିରେ ଫୁସଫସ କ୍ୟାନ୍ସର ହେବାର ଆଶଙ୍କା ବଢ଼ିଯାଇଥାଏ । ବାୟୁରେ ଅନେକ ପ୍ରକାରର କ୍ଷୁଦ୍ର କଣିକା ରହିଥାନ୍ତି । ତାହା ଶ୍ୱାସ ଓ ମୁହଁ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି । ପରବର୍ତ୍ତୀ ସମୟରେ ବ୍ରେନ ଓ ଲଙ୍ଗକୁ ଡ୍ୟାମେଜ କରିଦେଇଥାନ୍ତି ।

ପିଏମ ୨.୫ ପାର୍ଟିକଲ୍ସ ଫୁସଫୁସ ମଧ୍ୟକୁ ପ୍ରବେଶ କରି ତାହା ଯନ୍ତ୍ରଣାର କାରଣ ସାଜିଥାଏ । ପ୍ରଥମେ ଏହା ମ୍ୟୁଟେସନ ହୋଇଥାଏ ଓ ଧୀରେଧୀରେ ଏହା ଟ୍ୟୁମରର ରୂପ ନେଇଥାଏ । ମଣିଷ ସମୟକ୍ରମେ ବୁଢ଼ା ହେବା ସହ ସକ୍ରିୟ ନ ରହି ପାରିବା କାରଣରୁ କିଛି କୋଷିକା ବାୟୁ ପ୍ରଦୂଷଣ କାରଣରୁ ମ୍ୟୁଟେସନ ରୂପ ଧାରଣ କରିଥାଏ । ପରେ ଏହା ବ୍ୟାପିବା ଆରମ୍ଭ କରିଦେଇଥାଏ ଓ ଏହି କୋଷିକା ଟ୍ୟୁମରର କାରଣ ହୋଇଥାଏ ।

ଏଥିପାଇଁ ଦକ୍ଷିଣ କୋରିଆ ଓ ତାଇୱାନର ୪.୬ ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ନିଆଯାଇଥିଲା । ଏହି ଯାଞ୍ଚରୁ କ୍ୟାନ୍ସର ଓ ବାୟୁ ପ୍ରଦୂଷଣ ମଧ୍ୟରେ ଥିବା ସଂଯୋଗ ବିଷୟରେ ସ୍ପଷ୍ଟ ହୋଇଥିଲା । ବାୟୁ ପ୍ରଦୂଷଣର ସ୍ତର ବଢ଼ିବା ସହିତ ଟ୍ୟୁମର ସଂଖ୍ୟା ବୃଦ୍ଧି ପାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ବିଶ୍ୱର ୧୧୭ଟି ଦେଶର ୬ ହଜାରରୁ ଅଧିକ ସହରର ବାୟୁର ଗୁଣବତ୍ତା ଖରାପ ରହିଥିବା ହୁ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.