fbpx

ଯେଉଁମାନେ କୋଭିଡ୍ ଟିକା ନେଇନାହାନ୍ତି, ସେମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି: WHO

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଛାଇ ରହିଥିବା ବେଳେ ଏନେଇ ପୁଣି ଏକ ନୂଆ ସମସ୍ୟା ଆସି ଉଭା ହୋଇଛି । କୋଭିଡ୍ ଭ୍ୟାକ୍ସିନେସନକୁ ନେଇ ବିଶ୍ୱ ସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏକ ନୂଆ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସମୟରେ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହେଉଥିବା ଅଧିକାଂଶ ଲୋକ କୋଭିଡ ଟିକା ନେଇନାହାନ୍ତି । ଟିକା ଗମ୍ଭୀର ବୀମାରୀ ଓ ମୃତ୍ୟୁ ଆଶଙ୍କାକୁ ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସଂକ୍ରମଣକୁ ରୋକିବାରେ ସହାୟତା କରିଥାଏ ବୋଲି ହୁର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ୍ ଘେବ୍ରେୟେସସ କହିଛନ୍ତି ।

ସେ କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ କୋଭିଡ ଭ୍ୟାକ୍ସିନେସନର କ୍ଲିନିକାଲ ଟ୍ରାଲରେ ସାମିଲ ହେବା ଜରୁରୀ । ଗର୍ଭବତୀଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଥିବାରୁ କିଛି ସ୍ୱାସ୍ଥ୍ୟକର୍ମୀ ଚାକିରି ଛାଡ଼ିବା ନେଇ ମଧ୍ୟ ବିଚାର କରୁଛନ୍ତି । ଭ୍ୟାକ୍ସିନେସନର ହାର କମ୍ ହୋଇଥିବାରୁ ଅଲଫା, ବିଟା, ଲେଟା, ଗାମା ଓ ଓମିକ୍ରନର ବିସ୍ତାରକୁ ରୋକି ହେଉନି । ଭ୍ୟାକ୍ସିନେସନର ଅସମାନତା ଓ ସ୍ୱାସ୍ଥ୍ୟ ଅସମାନତା ଗତ ବର୍ଷର ସବୁଠାରୁ ବଡ଼ ବିଫଳତା ଥିଲା । ଓମିକ୍ରନ ଡେଲଟା ତୁଳନାରେ କମ ଗମ୍ଭୀର ହୋଇଥିବା ବେଳେ ଟିକା ନେଇଥିବା ଲୋକଙ୍କୁ ଏହା ପ୍ରଭାବିତ କରିପାରିବ ନାହିଁ । ତେଣୁ ଏହାକୁ ହାଲୁକା ଭାବେ ନେବା ଅନୁଚିତ ବୋଲି ହୁ ମୁଖ୍ୟ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.