fbpx

EOW ଅଫିସରେ ନୋରା ଫତେହୀ: ଫିଙ୍କି ଇରାନୀଙ୍କ ସାମନାରେ ଜେରା କରୁଛି ପୋଲିସ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଫସିବାରେ ଲାଗିଛନ୍ତି ଜଣକ ପରେ ଜଣେ ବଲିଉଡ ଅଭିନେତ୍ରୀ । ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କ ପରେ ଏବେ ନୋରା ଫତେହୀ ଏହି ଜାଲରେ ଫସିଛନ୍ତି । ଆଜି ସମନ ଅନୁସାରେ EOW ଅଫିସରେ ହାଜର ହୋଇଛନ୍ତି ନୋରା । ଦିଲ୍ଲୀ ପୋଲିସର EOW ଅଧିକାରୀ ଏବେ ନୋରାଙ୍କୁ ଜେରା ଚଳାଇଛି । ଗତକାଲି ଜ୍ୟାକଲିନ ଫଣ୍ଣାଣ୍ଡେଜଙ୍କୁ ଜେରା କରାଯାଇଥିଲା ।

ବଲିଉଡ ଷ୍ଟାର ନୋରା ଫତେହୀଙ୍କ ସହ ପିଙ୍କି ଇରାନୀଙ୍କୁ ମଧ୍ୟ ଜେରା କରୁଛି EOW । ସୁକେଶ ଚନ୍ଦ୍ରଶେଖର ଦେଇଥିବା ସମସ୍ତ ମହଙ୍ଗା ଗିଫ୍ଟ ଅଭିନେତ୍ରୀଙ୍କୁ ଏବେ ଆହୁରି ମହଙ୍ଗା ପଡୁଛି । ନୋରାଙ୍କ ନିକଟରେ ସୁକେଶର ଗିଫ୍ଟ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିଥିଲେ ପିଙ୍କି । ତେଣୁ ଉଭୟଙ୍କୁ ଗୋଟିଏ ସ୍ଥାନରେ ବସାଇ EOW ଜେରା ଚଳାଇଛି । ଜ୍ୟାକଲିନଙ୍କ ସହ ନୋରାଙ୍କର କୌଣସି କନେକ୍ସନ ନଥିବା ବେଳେ ପିଙ୍କି ଇରାନୀଙ୍କ ସହ ପଚରାଉଚରା କରିବା ପାଇଁ ଡକାଯାଇଛି ।

ଏହା ପୂର୍ବରୁ ମଧ୍ୟ ନୋରାଙ୍କୁ ପଚରାଉଚରା କରାଯାଇଥିଲା । ପଞ୍ଚମ ଥର ପାଇଁ ଆଜି ନୋରା EOW ଅଫିସରେ ପହଞ୍ଚିଛନ୍ତି । ତେବେ ପ୍ରତ୍ୟେକ ଥର ନୋରା ପୋଲିସକୁ ସହଯୋଗ କରୁଥିବା ଜଣାଯାଇଛି । ସୁକେଶ ତାଙ୍କୁ ଗିଫ୍ଟ ଦେଇଥିବା ସେ ସ୍ୱୀକାର କରିଥିବା ବେଳେ ନୋରା ସୁକେଶର କୌଣସି ଅପରାଧିକ ରେକର୍ଡ ବିଷୟରେ ଜାଣିନଥିବା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.