fbpx

ଉତ୍ତର-କୋରିଆରେ ଖରାପ ଅବସ୍ଥା, ଖାଇବାକୁ ନପାଇ ଲୋକେ କରୁଛନ୍ତି ଆତ୍ମହତ୍ୟା; ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ମାନବାଧିକାର କମିଟି ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛି । ଉତ୍ତର କୋରିଆରେ ଖାଦ୍ୟର ଘୋର ଅଭାବ ସୃଷ୍ଟି ହୋଇଛି । ଆୟୋଗ ଦ୍ୱାରା କୁହାଯାଇଛି ଯେ, କିମ ଜୋଙ୍ଗ ଉନଙ୍କ ଦ୍ୱାରା ଲଗାଯାଇଥିବା କରୋନା କଟକଣା ଯୋଗୁଁ ଏପରି ଅବସ୍ଥା ହୋଇଛି । ଅର୍ଥବ୍ୟବସ୍ଥାର ପତନ ଯୋଗୁଁ ବହୁ ସଂଖ୍ୟାରେ ଶ୍ରମିକ ଶ୍ରେଣୀର ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ କରୋନା ମହାମାରୀକୁ ରୋକିବା ପାଇଁ ଡେକୋକ୍ରାଟିକ୍ ପିକୁଲ୍ସ ରିପବ୍ଲିକ ଅଫ୍ କୋରିଆ ବା ଡିପିଆରକେ ସୀମା ବନ୍ଦ କରିଥିଲା । ଏହାର ଗୁରୁତର ପ୍ରଭାବ ଉତ୍ତର କୋରିଆ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡିଲା । କାରଣ ଏଥିଯୋଗୁଁ ଦେଶର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭିତ୍ତିଭୂମିରେ ପୁଞ୍ଜି ବିନିଯୋଗର ହ୍ରାସ ତଥା ଚିକିତ୍ସା ସାମଗ୍ରୀରେ ଅଭାବ ଦେଖାଦେଇଥିଲା । କରୋନାକୁ ରୋକିବା ପାଇଁ ପଦକ୍ଷେପ ଯୋଗୁଁ ଉତ୍ତର କୋରିଆରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଦେଶ ଭିତରେ ମାନବିକ ଅଧିକାର ଉପରେ ବି ଗଭୀର ପ୍ରଭାବ ପଡ଼ିଛି । ବିଚ୍ଛିନ୍ନ ଉତ୍ତର ପୂର୍ବ ଏସୀୟ ଦେଶ ଉପରେ ଜାତିସଂଘର ଏକ ସ୍ୱତନ୍ତ୍ର ଅଧିକାରୀ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟୋମାସ୍ ଓଜିଆ କ୍ୱିଣ୍ଟାନା କହିଛନ୍ତି ଯେ, ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି, ଯାହାକି କି ଲୋକମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି । ଶିଶୁ ଏବଂ ବୃଦ୍ଧମାନେ ଅନାହାରରେ ଅଛନ୍ତି । ଖାଦ୍ୟ ଶସ୍ୟର ଅଭାବ ଏବେ ଉତ୍ତରକୋରିଆରେ ଚିନ୍ତାର ବିଷୟ ପାଲଟିଛି । ଏହା ସହ ସେ କହିଛନ୍ତି ଯେ, କୋଭିଡ -୧୯ ରୋକିବା ପାଇଁ ଡିପିଆରକେ ସରକାରଙ୍କ ଏହି ଆତ୍ମଘାତୀ ପଦକ୍ଷେପ ଯୋଗୁଁ ଲୋକମାନେ ଆତ୍ମହତ୍ୟା କରୁଛନ୍ତି ନହେଲେ ଦେଶ ଛାଡି ପଳାଉଛନ୍ତି ।’

Get real time updates directly on you device, subscribe now.