fbpx

(Video) ହିମାଳୟରେ ବରଫ ଚାଦରରେ ଆଚ୍ଛାଦିତ ହୋଇ ରହିଛି ଶିବ ମନ୍ଦିର: ବିଦେଶୀ ଅଧିକାରୀ ସେୟାର କଲେ ଭିଡିଓ…

ନୂଆଦିଲ୍ଳୀ: ଅନେକ ସମୟରେ ଦେଶର ବିଭିନ୍ନ ଆକର୍ଷଣୀୟ ସ୍ଥାନର ଭିଡିଓ ଭାଇରାଲ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ରୋମାଞ୍ଚକର ହୋଇଥାଏ । ଏହା ଲୋକଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିଥାଏ । ଏହାରି ମଧ୍ୟରେ ନରୱେର ଜଣେ ଅଧିକାରୀ ଏରିକ୍ ସୋଲହେମ ଏଭଳି ଏକ ରୋମାଞ୍ଚକର ଭିଡିଓ ସେୟାର କରିଛନ୍ତି । ସେ ହିମାଳୟରେ ଥିବା ଏକ ଶିବ ମନ୍ଦିରର ଡ୍ରୋନ୍ ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ମନ୍ଦିର ସଂପୂର୍ଣ୍ଣ ଭାବରେ ବରଫ ଚାଦରରେ ଆଚ୍ଛାଦିତ ହୋଇରହିଛି । ଏହା ସହ ଭିଡିଓରେ ଫିଲ୍ମ କେଦାରନାଥର ‘ନମୋ ନମୋ’ ଗୀତ ଏହାକୁ ଆହୁରି ସୁନ୍ଦର କରୁଛି । ତେବେ ଏହି ଭିଡିଓ ଅନେକ ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି । ଏହାକୁ ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.