fbpx

ଚଳିତବର୍ଷ ଆସୁଛି ବଡ଼ ଝଡ଼! ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀକୁ ନେଇ ବିଶ୍ୱ ଛାନିଆ

ନୂଆଦିଲ୍ଲୀ: ବିଶ୍ୱର ସର୍ବଶ୍ରେଷ୍ଠ ଭବିଷ୍ୟବକ୍ତା ନୋଷ୍ଟ୍ରାଡମସଙ୍କର ଏକ ଅଲଗା ସ୍ଥିତି ଥିବା ବେଳେ ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇଛି, ଯେଉଁଥିରେ ହିଟଲରଙ୍କ ଶାସନ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ ଓ ଫ୍ୟାନ୍ସ ବିପ୍ଲବ ସାମିଲ ରହିଛି । ୨୦୨୨ ପାଇଁ ନୋଷ୍ଟ୍ରାଡମସ ଯେଉଁ ଭବିଷ୍ୟବାଣୀ କରିଛନ୍ତି, ତାହାକୁ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭବିଷ୍ୟବାଣୀ ସେ ୫୦୦ ବର୍ଷ ପୂର୍ବେ କହିଥିଲେ । ତେବେ ନୋଷ୍ଟ୍ରାଡମସ୍ ଜର୍ମାନୀରେ ୧୪ ଡିସେମ୍ବର ୧୫୦୩ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨ ଜୁଲାଇ ୧୫୬୬ ରେ ମୃତ୍ୟୁ ବରଣ କରିଥିଲେ ।

୨୦୨୨ ବର୍ଷକୁ ନେଇ ନୋଷ୍ଟ୍ରାଡମସ୍ ନିଜ ଭବିଷ୍ୟବାଣୀରେ କହିଛନ୍ତି ଯେ, ଏହି ବର୍ଷ ପରମାଣୁ ବୋମା ବିସ୍ଫୋରଣ ହେବ, ଯେଉଁଥିପାଇଁ ଜଳବାୟୁ ପରିବର୍ତ୍ତନ ହେବ । କେବଳ ଏତିକି ନୁହେଁ ପରମାଣୁ ବୋମା ବିସ୍ଫୋରଣ ହେତୁ ପୃଥିବୀର ଅବସ୍ଥାରେ ପରିବର୍ତ୍ତନ ଘଟିବ ।

୫୦୦ ବର୍ଷ ପୂର୍ବେ ୨୦୨୨ ବର୍ଷର ମହଙ୍ଗା ମାଡକୁ ନେଇ ମଧ୍ୟ ନୋଷ୍ଟ୍ରାଡମସ୍ ଭବିଷ୍ୟବାଣୀ କରିଥିଲା । ନୋଷ୍ଟ୍ରାଡମସଙ୍କ ଭବିଷଞବାଣୀ ଅନୁସାରେ, ଚଳିତ ବର୍ଷ ଦରଦାମ୍ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ଏହା ବ୍ୟତୀତ ଆମେରିକୀୟ ଡଲାର ମଧ୍ୟ ତୀବ୍ର ହ୍ରାସ ପାଇବ । ଏହା ସହିତ ସେ କହିଛନ୍ତି ଯେ ୨୦୨୨ ମସିହାରେ ଲୋକମାନେ ସୁନା, ରୂପା ଏବଂ ବିଟ୍ କଏନରେ ଅଧିକ ଅର୍ଥ ନିବେଶ କରିବେ ।

ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୨ ମସିହାରେ ଏଷ୍ଟରଏଡ୍ ଅର୍ଥାତ୍ କ୍ଷୁଦ୍ରଗ୍ରହ ପୃଥିବୀକୁ ଅନେକ କ୍ଷତି ପହଞ୍ଚାଇବ । ନୋଷ୍ଟ୍ରାଡମସ୍ କହିଛନ୍ତି ଯେ, ଏକ ବଡ଼ ପଥର ସମୁଦ୍ରରେ ପଡ଼ିବ, ଯେଉଁ କାରଣରୁ ପ୍ରବଳ ତରଙ୍ଗ ଉଠି ପୃଥିବୀକୁ ଚାରିପଟେ ଘେରିଯିବ । ସମୁଦ୍ରର ଜଳ ପୃଥିବୀକୁ ବହୁତ କ୍ଷତି ପହଞ୍ଚାଇବ ।

ନୋଷ୍ଟ୍ରାଡାମସଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଚଳିତ ବର୍ଷ ଫ୍ରାନ୍ସରେ ଏକ ବଡ଼ ଝଡ଼଼ ସୃଷ୍ଟି ହେବ, ଯେଉଁ କାରଣରୁ ଭୟଙ୍କର ଅଗ୍ନିକାଣ୍ଡ ବ୍ୟତୀତ ପୃଥିବୀର ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିପାରେ ।

ନୋଷ୍ଟ୍ରାଡମସ୍ ନିଜ ଭବିଷ୍ୟବାଣୀରେ କହିଛନ୍ତି ଯେ, ୨୦୨୨ ମସିହାରେ ବ୍ୟାପକ ଧ୍ୱଂସ ପରେ ଶାନ୍ତି ଆସିବ । କିନ୍ତୁ ଏହି ଶାନ୍ତି ପୂର୍ବରୁ ସମଗ୍ର ବିଶ୍ୱ ୩ ଦିନ ଅର୍ଥାତ୍ ୭୨ ଘଣ୍ଟା ପାଇଁ ଅନ୍ଧକାରମୟ ହେବ ।

ନୋଷ୍ଟ୍ରାଡାମସ୍ଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୨ ମସିହାରେ ଆର୍ଟିଫିସିଆଲ ଇଣ୍ଟେଳଇଜେନ୍ସିର ମାନବଜାତି ଉପରେ ନିୟନ୍ତ୍ରଣ ହେବ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ବ୍ରେନ ମଣିଷକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ଏହା ବ୍ୟତୀତ ରୋବଟ୍ ମାନବ ଜାତିକୁ ନଷ୍ଟ କରିଦେବ ।

Get real time updates directly on you device, subscribe now.