fbpx

ଆସନ୍ତାବର୍ଷ ଆକାଶରୁ ହେବ ଅଗ୍ନିବର୍ଷା, ହେବ ତୃତୀୟ ବିଶ୍ୱଯୁଦ୍ଧ! ନୋଷ୍ଟ୍ରାଦମସଙ୍କ ୬ଟି ଭୟଙ୍କର ଭବିଷ୍ୟବାଣୀ

୨୦୨୨ ଶେଷ ହେବାକୁ ଆଉ ମାସେ ଥିବା ବେଳେ ଏବେଠାରୁ ୨୦୨୩କୁ ନେଇ ହୋଇଥିବା ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫ୍ରାନ୍ସର ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ ୨୦୨୩ ବର୍ଷ ପାଇଁ ୬ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେଥି ମଧ୍ୟରେ ଆକାଶରୁ ନିଆଁ ବର୍ଷା, ତୃତୀୟ ବିଶ୍ୱଯୁଦ୍ଧ, ଗ୍ଲୋବାଲ ୱାର୍ମିଂ ସଙ୍କଟ ଭଳି କେତେକ ଭୟଙ୍କର ଭବିଷ୍ୟବାଣୀ ସାମିଲ ଅଛି । କହି ରଖୁଛୁ, ପୂର୍ବରୁ ନୋଷ୍ଟ୍ରାଦମସଙ୍କର କେତେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇସାରିଛି, ଯେପରି ଜର୍ମାନୀରେ ହିଟଲର ଶାସନ, ୯/୧୧ ଆତଙ୍କୀ ଆକ୍ରମଣ ଇତ୍ୟାଦି । ଏହି କାରଣରୁ ଆଗାମୀ ବର୍ଷର ଭବିଷ୍ୟବାଣୀଗୁଡ଼ିକୁ ନେଇ ଲୋକଙ୍କ ମନରେ ଭୟ ଖେଳିଯାଇଛି ।

ନୋଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ ଅନୁସାରେ, ବର୍ଷ ୨୦୨୩ରେ ଆର୍ôଥକ ସଙ୍କଟ ଜଟିଳ ହୋଇପାରେ ଏବଂ ସ୍ଥିତି ଅଧିକ ଖରାପ ହୋଇପାରେ । ନୋଷ୍ଟ୍ରାଦମସ୍ ଲେଖିଥିଲେ, ‘ଗହମ ଏତେ ଉପରକୁ ଉଠିବ ଯେ ମଣିଷ ଜଣେ ଜଣଙ୍କୁ ଖାଇଯିବେ’ । ଏହି ଭବିଷ୍ୟବାଣୀକୁ ଲୋକେ ରୁଷ୍-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ୱରେ ଦେଖାଦେଇଥିବା ଗହମ ସଙ୍କଟ ସହ ଯୋଡ଼ି ଦେଖୁଛନ୍ତି ।

ନୋଷ୍ଟ୍ରାଦମସ୍ ବର୍ଷ ୨୦୨୩ରେ ଏକ ବଡ଼ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ । ଲୋକମାନଙ୍କର ବିଶ୍ୱାସ ରହିଛି କି, ରୁଷ୍-ୟୁକ୍ରେନ ଯୁଦ୍ଧ ଆଗାମୀ ସମୟରେ ବିଶ୍ୱଯୁଦ୍ଧର ରୂପ ନେଇପାରେ । ଏହାକୁ ନେଇ ନୋଷ୍ଟ୍ରାଦମସ୍ କହିଥିଲେ, ‘ସାତ ମାସ ଧରି ଯୁଦ୍ଧ, ଖରାପ କାମ ଯୋଗୁ ମାରିବେ ଲୋକେ’ । ତାଙ୍କର ଏହି ଭବିଷ୍ୟବାଣୀକୁ ଲୋକେ ପରମାଣୁ ବୋମା ବିସ୍ଫୋରଣ ବୋଲି ମାନୁଛନ୍ତି । ଯୁଦ୍ଧକୁ ନେଇ ନୋଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ ଏକ ପ୍ରକାରେ ସତ ମଧ୍ୟ ପ୍ରମାଣିତ ହୋଇସାରିଛି ।

ନୋଷ୍ଟ୍ରାଦମସ୍ ନିଜ ଭବିଷ୍ୟବାଣୀରେ ଲେଖିଥିଲେ, ‘ମହାନ ପରିବର୍ତ୍ତନ ହେବ, ଭୟାନକ ଭୟାବହତା ଏବଂ ପ୍ରତିଶୋଧ ଦେଖାଯିବ’ । ଏହାକୁ ନେଇ ଲୋକଙ୍କ କହିବା ହେଲା ଯେ ୨୦୨୩ରେ ସେହି ଲୋକ ବି ଛିଡ଼ା ହେବେ, ଯେଉଁମାନେ ଏ ପର୍ଯ୍ୟନ୍ତ ଦମନର ଶିକାର ହୋଇ ଆସିଛନ୍ତି । ଏହାପରେ କିଛି ଦେଶରେ ବର୍ଷ ୨୦୨୩ରେ ଗୃହଯୁଦ୍ଧ ହୋଇପାରେ, କିନ୍ତୁ ଏହାକୁ ନେଇ କୌଣସି ଦେଶ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।

ନୋଷ୍ଟ୍ରାଦମସ୍ ବର୍ଷ ୨୦୨୩ ପାଇଁ ମଙ୍ଗଳ ଗ୍ରହକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଏବଂ କହିଥିଲେ କି, ମଣିଷଙ୍କୁ ମଙ୍ଗଳରେ ପହଞ୍ଚାଇବା ସହ ଜଡ଼ିତ ମିଶନରେ ବଡ଼ ସଫଳତା ମିଳିପାରେ । ନୋଷ୍ଟ୍ରାଦମସ୍ ଲେଖିଥିଲେ, ‘ମଙ୍ଗଳ ଉପରେ ଆଲୋକ ଖସୁଛି’ । ଏହାକୁ ଲୋକେ ମଙ୍ଗଳ ଗ୍ରହରେ ମଣିଷ ପହଞ୍ଚିବା ସହିତ ଯୋଡ଼ୁଛନ୍ତି ।

Get real time updates directly on you device, subscribe now.