fbpx

ଶୂନ ରେଜଲ୍ଟ ନେଇ ୧୫ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର, ୧୩ା୮(ଓଡ଼ିଶା ଭାସ୍କର): ଯୁକ୍ତ ଦୁଇ ବିଜ୍ଞାନରେ ଶୂନ ରେଜଲ୍ଟ କରିଥିବା ୧୫ଟି ସ୍କୁଲକୁ ଆଜି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ୭ଦିନ ଭିତରେ କାରଣ ଦର୍ଶାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଏହାସହ କାହିଁକି ସ୍କୁଲରେ ନାମଲେଖା ବନ୍ଦ ନ ହେବ ସେନେଇ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୀକୃତି ପ୍ରତ୍ୟାହାର କାହିଁକି ନହେବ ସେନେଇ ମଧ୍ୟ କାରଣ ଦର୍ଶାଇବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଯୁକ୍ତ ଦୁଇ ବିଜ୍ଞାନର ରେଜଲ୍ଟ ବାହାରି ଥିଲା । ଚଳିତବର୍ଷ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିଲେ । କିନ୍ତୁ ୧୫ ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଥିଲା ।

Get real time updates directly on you device, subscribe now.