fbpx

UPSC Combined Geo Scientist Examination-2023 ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୨୮୫ ପଦ ପାଇଁ ରହିଛି ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିୟନ ପବ୍ଲିକ୍ କମିଶନ (UPSC) Combined Geo Scientist Examination-2023 ପାଇଁ ଅନଲାଇନ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୧୧ ଅକ୍ଟୋବର ଶେଷ ତାରିଖ ରହିଛି ।

ସମୁଦାୟ ୨୮୫ ପୋଷ୍ଟ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିରେ ଜିଓଲୋଜିଷ୍ଟ, ଜିଓଫିଜିସିଷ୍ଟ, କେମିଷ୍ଟ ଏବଂ ସାଇଣ୍ଟିଷ୍ଟ ବି ପୋଷ୍ଟରେ ନିଯୁକ୍ତି ରହିଛି । କମ୍ବାଇନ୍ ଜିଓ ସାଇଣ୍ଟିଷ୍ଟ ପ୍ରିଲିମିନାରୀ ପରୀକ୍ଷା-୨୦୨୩  ୧୯ ଫେବୃଆରୀରେ କରାଯିବ ।

ଆଶାୟୀଙ୍କ ବୟସ ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ସଂରକ୍ଷିତ ବର୍ଗଙ୍କୁ ପାଇଁ ବୟସରେ ଛାଡ଼ କରାଯିବ । ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ପୈଠ କରିବାକୁ ପଡ଼ିବ । ତେବେ ମହିଳା/ଏସସି/ଏସଟି ଏବଂ ଦିବ୍ୟାଙ୍ଗ ଲୋକଙ୍କ ପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ ।

ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.