fbpx

TELEGRAM ଲଞ୍ଚ କଲା ଏହି ନୂତନ ସୁବିଧା; ZOOM ଓ GOOGLE MEETକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଳୀ: କରୋନା ସମୟରେ ଭିଡିଓ କଲ ମଣିଷ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ ପାଲଟି ଯାଇଛି । ଅଫିସ ମିଟିଂରୁ ଆରମ୍ଭ କରି ନିଜ ପ୍ରିୟଜନଙ୍କୁ ଭେଟିବା ସବୁକିଛି ଭର୍ଚୁଆଲି ହେଉଛି । ଏହପରି ସମୟରେ ZOOM ଓ GOOGLE MEET ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ଏହି ଦୁଇ ଆପକୁ କଡା ଟକ୍କର ଦେବା ପାଇଁ ନୂତନ ବୈଶିଷ୍ଟ୍ୟ ଲଞ୍ଚ କରିଛି TELEGRAM । ଜୁଲାଇ ମାସର ପ୍ରାରମ୍ଭରେ ଗ୍ରୁପ ଭିଡିଓ କଲର ଫିଚର ଲଞ୍ଚ କରିଥିଲା TELEGRAM । ତେବେ ନିକଟରେ TELEGRAM ପକ୍ଷରୁ ଏହାର ଆପ ଅପଡେଟ୍ କରାଯାଇଛି । ଏହି ନୂତନ ଅପଡେଟ୍ ଫଳରେ ଏକା ସାଥୀରେ ୧ ହଜାର ଲୋକ ଗ୍ରୁପ ଭିଡିଓ କଲରେ ସାମିଲ ହୋଇ ପାରିବେ ।

୧୦୦୦ ଲୋକ ଭିଡିଓ କଲରେ ଅଂଶଗ୍ରହଣ କରିବେ । ମାତ୍ର ୧୦୦୦ ଲୋକ ନିଜ କ୍ୟାମେରା ଜରିଆରେ ଅଂଶଗ୍ରହଣ କରି ପାରିବେ ନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ସର୍ବାଧିକ ୩୦ ଜଣ ଅଂଶଗ୍ରହଣକାରୀଙ୍କୁ କ୍ୟାମେରା ବ୍ୟବହାରର ସୁଯୋଗ ମିଳିଥିବା ବେଳେ ୯୭୦ ଜଣ କେବଳ ଦେଖିପାରିବେ । ତେବେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢାଇବାକୁ ଚେଷ୍ଟା କରାଯିବ ବୋଲି ଟେଲିଗ୍ରାମ ପକ୍ଷରୁ କୁହାଯାଇଛି । ଏହି ସଂଖ୍ୟା ବଢିବା ଦ୍ୱାରା ଲାଇଭ ଇଭେଣ୍ଟ ଗୁଡିକୁ ଅଧିକ ପ୍ରୋତ୍ସାହନ ମିଳିବ । ଏହି ସୁବିଧା ହାସଲ କରିବାକୁ ହେଲେ ଆପଣଙ୍କୁ ନିଜ ଟେଲିଗ୍ରାମ ଅପଡେଟ୍ କରିବାକୁ ପଡିବ । ଏହା ସହିତ ଭିଡିଓକୁ ହାଇ ରିଜଲ୍ୟୁସନରେ ଦେଖିବାର ସୁଯୋଗ ମଧ୍ୟ ମିଳିବ । ୱାନ ଅନ ୱାନ ଭିଡିଓ କଲ ସମୟରେ ଆପଣ ସାଉଣ୍ଡ ସହିତ ନିଜର ସ୍କ୍ରିନ୍ ମଧ୍ୟ ଶେୟାର କରି ପାରିବେ । ନିଜ ମେସେଜକୁ ଅଟୋ ଡିଲିଟ କରିବାର ସୁଯୋଗ ମଧ୍ୟ ପ୍ରଦାନ କରୁଛି ଟେଲିଗ୍ରାମ ।

ଏହି ଅପଡେଟରେ ଫଟୋ ଏବଂ ଭିଡିଓ ଏଡିଟ କରିବାର ବ୍ୟବସ୍ଥା ରହିଛି । ଏହା ସହିତ ଭିଡିଓ କଲ ସମୟରେ କ୍ୟାମେରା ଜୁମ୍ କରିବାର ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଟେଲିଗ୍ରାମ ବ୍ୟବହାର କରୁଥିବା ସମୟରେ ସହଜରେ ଅନ୍ୟ ଆପକୁ ଯାଇ ଏହାକୁ ବ୍ୟାକଗ୍ରାଉଣ୍ଡରେ ରଖିବାର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.