fbpx

ଏଣିକି ଦୈନିକ ୪ ଘଣ୍ଟା ପାଇଁ ଖୋଲା ରହିବ ବ୍ୟାଙ୍କ, ଅଧା କର୍ମଚାରୀରେ ଚାଲିବ ଅଫିସ କାର୍ଯ୍ୟ

ନୂଆଦିଲ୍ଲୀ, ୨୩ା୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବ୍ୟାଙ୍କଗୁଡ଼ିକର ସମୟସୀମା ହ୍ରାସ କରିବାକୁ ପଦକ୍ଷେପ ନେଇଛି । ସେହିପରି ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅଧା କର୍ମଚାରୀ କାର୍ଯ୍ୟ କରିବେ । ଦୈନିକ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ବ୍ୟାଙ୍କ ଖୋଲା ରହିବ । ଭାରତୀୟ ବ୍ୟାଙ୍କ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ତେବେ ଏହି ସମୟସୀମା ମଧ୍ୟରେ ଟଙ୍କା ଜମା, ଉଠାଣ, ସରକାରୀ ଟ୍ରାଞ୍ଜାକସନ, ରେମିଟାନ୍ସ ଆଦି ୪ଟି ମୁଖ୍ୟ ସେବା ଜାରି ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.