ଏବେ ଇଲେକ୍ଟ୍ରିକ୍ ଅବତାରରେ Mahindra ଆଣିବାକୁ ଯାଉଛି Thar, ଜାଣନ୍ତୁ କେମିତି ହେବ ଲୁକ ଏବଂ ଫିଚର୍ସ?

କମ୍ପାନୀ କିଛି ସମୟ ପୂର୍ବରୁ ଏହାର କନ୍ସେପ୍ଟ ମଡେଲ ପେଶ କରିଥିଲା, ଯାହା ପରେ ଗ୍ରାହକମାନେ ଏହାର ପ୍ରଡକ୍ସନ ମଡେଲ୍‌କୁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଆସନ୍ତୁ ଏହାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା।

Mahindra Thar EV: ଭାରତୀୟ ଅଟୋମୋବାଇଲ୍ ବଜାରରେ ଇଲେକ୍ଟ୍ରିକ୍ କାର୍‌ଗୁଡ଼ିକର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏବେ ବଡ଼ ବଡ଼ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଜନପ୍ରିୟ ମଡେଲ୍‌କୁ ଇଲେକ୍ଟ୍ରିକ ଅବତାରରେ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ମହିନ୍ଦ୍ରାର Thar EV କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କମ୍ପାନୀ କିଛି ସମୟ ପୂର୍ବରୁ ଏହାର ଏକ କନ୍ସେପ୍ଟ ମଡେଲ ପେଶ କରିଥିଲା, ଯାହା ପରଠାରୁ ଗ୍ରାହକମାନେ ଏହାର ପ୍ରଡକ୍ସନ ମଡେଲ୍‌କୁ ବହୁତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ମହିନ୍ଦ୍ରା ଏବେ ଏହି ଇଲେକ୍ଟ୍ରିକ୍ ଏସୟୁଭି (SUV) କୁ ଆସନ୍ତା ବର୍ଷ ସୁଦ୍ଧା ଭାରତୀୟ ବଜାରରେ ଲଞ୍ଚ କରିପାରେ।

Mahindra Thar EV କୁ କମ୍ପାନୀର ନୂଆ INGLO ପ୍ଲାଟଫର୍ମରେ ପ୍ରସ୍ତୁତ କରାଯିବ, ଯାହାକୁ ବିଶେଷ ଭାବେ ଇଲେକ୍ଟ୍ରିକ୍ କାର୍ ଗୁଡ଼ିକ ପାଇଁ ବିକଶିତ କରାଯାଇଛି। ଏହି ସେମ୍ ପ୍ଲାଟଫର୍ମ ମହିନ୍ଦ୍ରାର ଅନ୍ୟ ନୂଆ ଇଲେକ୍ଟ୍ରିକ୍ ଏସୟୁଭିଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଉଛି। ମନେ କରାଯାଉଛି ଯେ, ଏହି ପ୍ଲାଟଫର୍ମ ଉତ୍ତମ ପରଫରମାନ୍ସ, ଅଧିକ ମାଇଲେଜ ଏବଂ ଆଧୁନିକ ଜ୍ଞାନକୌଶଳର ଏକ ସୁନ୍ଦର ସନ୍ତୁଳନ ଆଣିଦେବ। ଏହାସହ ଏହା ଅଫ୍-ରୋଡିଂ ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ।

EV ର ଲୁକ ଓ ଡିଜାଇନ କେମିତି?

ଡିଜାଇନ୍ କଥା କହିଲେ, Thar EV ତାର ବର୍ତ୍ତମାନର ପେଟ୍ରୋଲ-ଡିଜେଲ ମଡେଲ୍ ଭଳି ମଜବୁତ ଏବଂ ବକ୍ସି (Boxy) ଲୁକ୍ ବଜାୟ ରଖିବ, କିନ୍ତୁ ଏଥିରେ ଅନେକ ଆଧୁନିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସମ୍ମୁଖ ଭାଗରେ ନୂଆ LED ଲାଇଟିଂ, ବନ୍ଦ ଗ୍ରିଲ୍, ଆକର୍ଷଣୀୟ ଆଲୟ ହ୍ୱିଲ୍ ଏବଂ ନୂଆ ବମ୍ପର ଏହାକୁ ଏକ ଭିନ୍ନ ପରିଚୟ ଦେବ। ତେବେ ଏହାର ଅଫ୍-ରୋଡିଂ ଗୁଣ ପୂର୍ବଭଳି ରହିବ ବୋଲି ଆଶା କରାଯାଉଛି।

Uttarakhand Govt.

ବ୍ୟାଟେରୀ ଏବଂ ରେଞ୍ଜ

ବ୍ୟାଟେରୀ ଏବଂ ରେଞ୍ଜ ବିଷୟରେ କହିଲେ, Mahindra Thar EV କୁ 59 kWh ଏବଂ 79 kWh ବ୍ୟାଟେରୀ ପ୍ୟାକ ବିକଳ୍ପ ସହିତ ବଜାରକୁ ଅଣାଯାଇପାରେ। ବଡ଼ ବ୍ୟାଟେରୀ ଥିବା ଭେରିଏଣ୍ଟରେ ଥରେ ସମ୍ପୂର୍ଣ୍ଣ ଚାର୍ଜ କଲେ ପ୍ରାୟ ୫୫୦ ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ମିଳିବାର ସମ୍ଭାବନା ରହିଛି। ଲମ୍ବା ଦୂରତା ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ଏହି ରେଞ୍ଜ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ଏହା ସହିତ ଏଥିରେ ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ମିଳିବାର ଆଶା ଅଛି, ଯାହା ଦ୍ୱାରା କମ୍ ସମୟ ମଧ୍ୟରେ ବ୍ୟାଟେରୀ ଚାର୍ଜ ହୋଇପାରିବ।

ଗାଡ଼ିର ଫିଚର୍ସ ଏବଂ ଦାମ

ଫିଚର୍ସ ମାମଲାରେ ମଧ୍ୟ ନୂଆ Thar EV ବହୁତ ଆଡଭାନ୍ସ ହୋଇପାରେ। ଏଥିରେ ବଡ଼ ଟଚ୍‌ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୱାୟରଲେସ୍ Android Auto ଏବଂ Apple CarPlay, କନେକ୍ଟେଡ କାର ଟେକ୍ନୋଲୋଜି, ମଲ୍ଟିପଲ୍ ଡ୍ରାଇଭ୍ ମୋଡ୍, ୩୬୦ ଡିଗ୍ରୀ କ୍ୟାମେରା ଏବଂ ADAS ଭଳି ଆଡଭାନ୍ସ ସେଫ୍ଟି ଫିଚର୍ସ ମିଳିବାର ସମ୍ଭାବନା ରହିଛି।

ଯଦି ମୂଲ୍ୟ (ଦାମ୍) କଥା କହିବା, ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ପକ୍ଷରୁ କୌଣସି ଆଧିକାରୀକ ସୂଚନା ଦିଆଯାଇ ନାହିଁ, କିନ୍ତୁ ବିଶେଷଜ୍ଞଙ୍କ ଅନୁମାନ ଅନୁସାରେ, Mahindra Thar EV ର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇପାରେ। ଲଞ୍ଚ ହେବା ପରେ ଭାରତୀୟ ବଜାରରେ ଥିବା ଅନ୍ୟ ପ୍ରିମିୟମ ଇଲେକ୍ଟ୍ରିକ୍ ଏସୟୁଭି ସହ ଏହାର ମୁକାବିଲା ହେବ।