fbpx

ଇଣ୍ଟରନେଟ ବ୍ୟାଙ୍କିଂରେ ଏଣିକି Username, Password ଓ OTPର ଆବଶ୍ୟକ ହେବନି: ଜାଣନ୍ତୁ ଗ୍ରାହକଙ୍କୁ ଏଥିପାଇଁ କ’ଣ କରିବାକୁ ପଡ଼ିବ

ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟାଙ୍କିଂ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଏଥିପାଇଁ ଆଉ ୟୁଜରନେମ୍ କି ପାସୱାର୍ଡର ଆବଶ୍ୟକ ହେବ ନାହିଁ । ସାଧାରଣତଃ ଅନଲାଇନ ବ୍ୟାଙ୍କିଂ ସମୟରେ ସତର୍କତାର ସହ ପାସୱାର୍ଡର ବ୍ୟବହାର କରିବାକୁ ପଡ଼ିଥାଏ । ଆଜିକାଲି ସାଇବର ଠକ ମାତିଥିବାରୁ ଅନଲାଇନ ବ୍ୟାଙ୍କିଂର ପାସୱାର୍ଡକୁ ନେଇ ଅନେକ ସମୟରେ ଗ୍ରାହକମାନେ ଚିନ୍ତାରେ ରହିଥାନ୍ତି । ଏହାକୁ ଦୂର କରିବାକୁ ପାଇଁ ଦେଶର ତୃତୀୟ ବୃହତ ପ୍ରାଇଭେଟ୍ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି ।
ନିକଟରେ ଆକ୍ସିସ ବ୍ୟାଙ୍କ Minkasu Pay ସହିତ ଏକ ପାର୍ଟନରସିପ୍ କରି ନୂଆ ସେବା ଲଞ୍ଚ କରିଛି । ଏହାଫଳରେ ଏଣିକି ଗ୍ରାହକଙ୍କୁ ଅନଲାଇନ ବ୍ୟାଙ୍କିଂ ସମୟରେ ୟୁଜର ଆଇଡି, ପାସୱାର୍ଡ କି ଓଟିପିର ଆବଶ୍ୟକ ହେବନି । ଏବେ ଗ୍ରାହକଙ୍କୁ ଟି-ଫ୍ୟାକ୍ଟର ବାୟୋମେଟ୍ରିକ ଅଥେଣ୍ଟିକେସନ କରିବାକୁ ପଡ଼ିବ । ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏଣିକି ଗ୍ରାହକଙ୍କୁ ପେମେଣ୍ଟ ସମୟରେ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଆଇଡିର ବ୍ୟବହାର କରିବାକୁ ପଡ଼ିବ । ଏହାଫଳରେ ସାଇବର ଫ୍ରଡର ହାର ହ୍ରାସ ପାଇବା ସହ ପେମେଣ୍ଟ ପାଇଁ ଲାଗୁଥିବା ୫୦-୬୦ ସେକେଣ୍ଡ ୨-୩ ସେକେଣ୍ଡକୁ ହ୍ରାସ ପାଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.