fbpx

ଏଣିକି Driving Testରେ ଫେଲ୍ ହେଲେ ମାଗି ପାରିବେ Video Recording, ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଯେଉଁମାନେ ଡିଏଲ ଟେଷ୍ଟରେ ଫେଲ୍ ହେଉଛନ୍ତି, ସେମାନେ ନିଜର ଟେଷ୍ଟର ଭିଡିଓ ରେକର୍ଡିଂ ମାଗିପାରିବେ । ଏହାଦ୍ୱାରା ଲୋକମାନେ ଭିଡିଓ ଦେଖିବା ପରେ ନିଜର ଭୁଲ୍ ବିଷୟରେ ଅବଗତ ହୋଇପାରିବେ ।

ଏନେଇ ଜଣେ ବରିଷ୍ଠ ପରିବହନ ଅଧିକାରୀ କହିଛନ୍ତି ଯେ, ଅନେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ଆବେଦନକାରୀମାନେ ଭିଡିଓ ଫୁଟେଜର ଏକ କପି ମାଗୁଛନ୍ତି । ଫଳରେ ଲୋକମାନେ ଫୁଟେଜ୍ ଦ୍ୱାରା ନିଜର ଭୁଲ୍ ବିଷୟରେ ଅବଗତ ହେବା ସହ ଡ୍ରାଇଭିଂ ସ୍କିଲରେ ସୁଧାର ଆଣିପାରିବେ । ଦିଲ୍ଲୀରେ ସ୍ଥାୟୀ ଲାଇସେନ୍ସ ପାଇଁ ଡ୍ରାଇଭିଂ ଟେଷ୍ଟର ଭିଡିଓଗ୍ରାଫି କୋର୍ଟର ଆଦେଶ ଅନୁସାରେ କରାଯାଇଥାଏ । ଏହି ସେବାକୁ ଆବେଦନକାରୀଙ୍କୁ ଏକ ରିଷ୍ଟ୍ରକ୍ଟ ଅନରିକ୍ୱେଷ୍ଟ ସୁବିଧା ଭାବେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ, ଅଟୋମେଟେଡ୍ ଟ୍ରାକ୍ ଖୋଲିବା ପୂର୍ବରୁ ମୁଖ୍ୟ ରାସ୍ତାରେ ସାମାନ୍ୟ ଟ୍ରାଫିକ ସହ ଡ୍ରାଇଭିଂ ଟେଷ୍ଟ କରାଯାଉଥିଲା । ସେ ଟେଷ୍ଟରେ ଆବେଦନକାରୀଙ୍କୁ ଏକ କିମିରୁ କମ୍ ଦୂରତା ପର୍ଯ୍ୟନ୍ତ ଡ୍ରାଇଭିଂ କରିବାକୁ ପଡ଼ୁଥିବା ବେଳେ ମୋଟର ଲାଇସେନ୍ସିଂ ଇନ୍ସପେକ୍ଟରଙ୍କ ନିଷ୍ପତ୍ତି ହିଁ ଫାଇନାଲ ଥିଲା । ମାତ୍ର ନୂଆ ଟେଷ୍ଟ ଫର୍ମାଟରେ ଲାଇସେନ୍ସିଂ ଇନ୍ସପେକ୍ଟର ଟେଷ୍ଟକୁ ଦେଖିବା ସହ ରେଜଲ୍ଟର ପ୍ରିଣ୍ଟି ଆଉଟ ଉପରେ ହସ୍ତାକ୍ଷର କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.