fbpx

ବିନା DLରେ ଗାଡି ଚଳାଇବା ହେଲା ସହଜ, ପୋଲିସ ବି କହିବନି କିଛି: ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିବି ଏମିତି ଅନେକ ଗାଡି ଚାଳକ ରହିଛନ୍ତି ଯେଉଁମାନଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ । ତେବେ ବିନା DLରେ ଗାଡି ଚଳାଇବା ଏକ ଅପରାଧ ହୋଇଥାଏ । ଏଥିପାଇଁ ଜରିମାନା ସାଙ୍ଗକୁ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ । ତେବେ ଅନେକ ସମୟରେ ଏମିତି ବି ହୁଏ, ଆପଣଙ୍କର ଡିଏଲ ଥାଇ ମଧ୍ୟ ବାହାରକୁ ଯିବା ସମୟରେ ଆପଣ ଏହାକୁ ସାଙ୍ଗରେ ନେବା ପାଇଁ ଭୁଲ ଯାଆନ୍ତି । ଯାହା ଫଳରେ ଟ୍ରାଫିକ ପୋଲିସଙ୍କ ହାତରେ ଧରାପଡି ଜରିମାନା ଦେଇଥାନ୍ତି । ତେବେ ଆପଣ ଜାଣନ୍ତି କି, ଏମିତି କିଛି ଟ୍ରିକ ଅଛି ଯାହାଦ୍ୱାରା ଆପଣ ବିନା ଡିଏଲରେ ଆରାମରେ ବାହାରେ ଗାଡି ଧରି ବୁଲି ପାରିବେ । ଏମିତିକି ପୋଲିସ ଦ୍ୱାରା ହେଉଥିବା ଚାଲାଣରୁ ମଧ୍ୟ ଆପଣ ବଞ୍ଚି ଯାଇ ପାରିବେ ।

ଯଦି ଆପଣଙ୍କର ଡିଏଲ ପ୍ରସ୍ତୁତ ରହିଛି ଏବଂ ଆପଣ ଏହାକୁ ସାଙ୍ଗରେ ଆଣିବାକୁ ଭୁଲିଯାଇଛନ୍ତି । ତେବେ ଚାଲାଣ କଟିବାରୁ ଆପଣ ବଞ୍ଚିଯାଇପାରିବେ । ସରକାର ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ତିଆରି କରିଛନ୍ତି । କିନ୍ତୁ ଏହାର ଅର୍ଥ ଆପଣ ଯେଣେତେଣେ ଗାଡି ଚଳାଇ ପାରିବେ ନାହିଁ । ଅନୁମତି ଥିବା ସ୍ଥାନରେ ହିଁ ଗାଡି ଚଳାଇବା ସହ ଟ୍ରାଫିକ ନିୟମଗୁଡିକୁ ମାନିବା ନିତ୍ୟାନ୍ତ ଆବଶ୍ୟକ । ତେବେ କେବଳ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିଲେ ସରକାରଙ୍କ ଏହି ସୁବିଧା ଆପଣଙ୍କୁ ଚାଲାଣ ନ କଟିବାରୁ ସାହାଯ୍ୟ କରି ପାରିବ ।

ଏକ ମୋବାଇଲ ଆପ ଜରିଆରେ ଆପଣ ଏହି ସୁବିଧା ପାଇପାରିବେ । ‘ଡିଜିଲକର’ ନାମକ ଏକ ଆପ ସରକାର ଏଥିପାଇଁ ଉପଲବ୍ଧ କରାଇଛନ୍ତି । ଏଥିରେ ଡ୍ରାଇଭିଙ୍ଗ ଲାଇସେନ୍ସରୁ ଆରମ୍ଭ କରି ଅନ୍ୟାନ୍ୟ ସଫ୍ଟ କପି ସେଭ କରିପାରିବେ । ଫଳରେ ଆପଣଙ୍କ ମୋବାଇଲରେ ଆପଣଙ୍କର ଏହି ଡକ୍ୟୁମେଣ୍ଟ ସେଭ ହୋଇପାରିବ । ତେବେ ଆପଣଙ୍କୁ କେବେ ଯଦି ପୋଲିସ ଅଟକାନ୍ତି, ଏବଂ ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନଥାଏ, ତେବେ ଆପଣ ଏହାକୁ ଦେଖାଇ ଚାଲାଣରୁ ରକ୍ଷା ପାଇ ପାରିବେ । ତେବେ ଡିଜିଲକର ଏକ ସରକାରୀ ଆପ, ଯାହାକୁ କେବଳ ଏହି ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ତେଣୁ ଆପଣ ବି ନିର୍ଦ୍ୱନ୍ଦ୍ୱରେ ଏହି ଆପର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.