fbpx

Youtube ରୁ ଟଙ୍କା ଉପାର୍ଜନ କରିବାର ଆଉ ଏକ ନୂତନ ଉପାୟ , ଏଣିକି shorts video ମାଧ୍ୟମରେ କରିପାରିବେ ରୋଜଗାର

ନୂଆଦିଲ୍ଲୀ : ଦିନକୁ ଦିନ ସୋସିଆଲ ମିଡିଆର ପାର୍ଦୁଭାବ ବଢ଼ିବାରେ ଲାଗିଛି । ଏହା ସହିତ ସୋସିଆଲ ମିଡିଆ ଆପ ଗୁଡିକ ମଧ୍ୟ ନୂଆ ନୂଆ ଫିଚର ଆଡ କରୁଛନ୍ତି । ଯାହା ଫଳରେ ଅଧିକ ରୁ ଅଧିକ ଲୋକ ଏହାକୁ ନେଇ ସମର୍ଥନ ପ୍ରକାଶ କରିବେ । ଏହା ପଛରେ ମଧ୍ୟ କିଛି ଲୋକ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବହୁ ମାତ୍ରାରେ ନିଜର ଆର୍ଥିକ ରୋଜଗାର ମାଧ୍ୟମ ବୋଲି ବାଛି ନେଇଛନ୍ତି । ତେବେ ଏଥରୁ ବାଦ ପଡି ନାହିଁ ୟୁଟ୍ୟୁବ ।

କିଛି ଦିନ ତଳେ ୟୁଟ୍ୟୁବ ତା ସହିତ ୟୁଟ୍ୟୁବ ସର୍ଟ ଫିଚର ଯୋଡିଥିଲା । ଯାହା ମାଧ୍ୟରେ କଣ୍ଟେଣ୍ଟ ନିର୍ମାତା ମାନେ କମ ସମୟ ବ୍ୟବଧାନରେ ଭିଡିଓ ତିଆରି କରି ଏହାକୁ ୟୁଟ୍ୟୁବ ପେଜରେ ଛାଡି ପାରୁଥିଲେ ।

ତେବେ ଏଥିରେ ଆଉ ଏକ ନୂଆ ଫିଚର ଯୋଡା ଯାଇଛି । ଯାହା ମାଧ୍ୟମରେ ବ୍ୟବହାରକାରୀ ମାନେ ଭିଡିଓରେ ପ୍ରଡକ୍ଟ କୁ ଟ୍ୟାଗ କରି ପାରିବେ । ଗୁଗଲ ମୁଖପାତ୍ରଙ୍କ କହିବା ଅନୁସାରେ ଆମେରିକା,ଭାରତ,ବ୍ରାଜିଲ,କାନାଡା ଏବଂ ଅଷ୍ଟ୍ରେଲିଆରେ ଟ୍ୟାଗ ଆଉ ଇଷ୍ଟରାକ୍ସନ ଅପ୍ସନ ଦିଆଯାଇଛି । ତେବେ ଯୁଟ୍ୟୁର ଏହି ଫିଚରକୁ ନେଇ ଆଗରୁ ମଧ୍ୟ ଚର୍ଚ୍ଚା ହେଉଥିଲା ।

ତେବେ ଏହା ହେବା ଦ୍ୱାରା ବ୍ୟବହାରକାରୀ ମାନଙ୍କୁ ବହୁତ ସୁବିଧା ହେବ । ଆଗରୁ ବ୍ୟବହାରକରୀ ଭିଡିଓ ଦ୍ୱାରା ଅର୍ଥ ରୋଜଗାର କରୁଥିବା ବେଳେ ବର୍ତ୍ତମାନ ସର୍ଟ ଭିଡିଓରୁ ମଧ୍ୟ ଏହାର ଭରପୂର ଫାଇଦା ଉଠାଇ ପାରିବେ ।ଏଥିରେ ବ୍ୟବହାରକାରୀ ମାନଙ୍କୁ ୪୫ ପ୍ରତିଶତ ରେଭନ୍ୟୁ ମିଳିବ ବୋଲି ସୂଚନା ମିଳିଛି ।
ଯେହେତୁ ଟିକଟକ ବହୁ ଦେଶରେ ବ୍ୟାନ କରାଯାଇଛି ଏବେ ଅଧିକାଂଶ ୟୁର୍ଜର ୟୁଟ୍ୟୁବ ସର୍ଟ ଭିଡିଓ ନିର୍ମାଣ କରୁଛନ୍ତି ।

Get real time updates directly on you device, subscribe now.