fbpx

ଏବେ ଅନଲାଇନ୍ ବି ବ୍ୟବହାର କରିପାରିବେ Adobe Photoshop, ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ସଫ୍ଟୱେୟାର୍

ନୂଆଦିଲ୍ଲୀ: ଏବେ ଆପଣ ଅନଲାଇନ୍ ମଧ୍ୟ ବ୍ୟବହାର କରିପାରିବେ ଆଡୋବ୍ ଫଟୋସପ୍ (Adobe Photoshop) । ତେଣୁ ଯଦି ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋରେଜ୍ ଓ କଂଫିଗ୍ରେସନ୍ ନାହିଁ ତେବେ ଆଡୋବ୍ ଫଟୋସପ୍ ଚଳାଇବାରେ କୌଣସି ଅସୁବିଧା ହେବ ନାହିଁ । ଆଡୋବ୍ ଫଟୋସପ୍ କୁ ଆପଣ ଏବେ ୱେବ୍ ରେ ମଧ୍ୟ ଆକ୍ସେସ୍ କରିପାରିବେ । ଆଡୋବ୍ ଫଟୋସପ୍ କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସଫ୍ଟୱେର୍ ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ ।

ଦ ଭର୍ଜ ରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଡୋବ୍ ଫଟୋସପ୍ ର ୱେବ୍ ଭର୍ସନ କ୍ଲାଉଡ୍ ଉପରେ ଆଧାରିତ ହେବ ଓ ଏଥିରେ ୟୁଜର୍ସଙ୍କୁ ଫଟୋସପ୍ ର କିଛି ବେସିକ୍ ଫିଚର୍ସ ମିଳିବ । କ୍ଲାଉଡ୍ ଉପରେ ଆଧାରିତ ହେବା କାରଣରୁ ଆଡୋବ୍ ଫଟୋସପ୍ ସାଇଟ୍ ରେ ଆକାଉଣ୍ଟ୍ ଖୋଲିବାକୁ ହେବ ଓ ସେଥିରେ ହିଁ ଏଡିଟ୍ କରାଯାଇଥିବା ଫଟୋ ସେଭ୍ ରହିବ । ଫଟୋସପ୍ ବ୍ୟତୀତ ଇଲୁଷ୍ଟ୍ରେଟର୍ ର ବି ୱେବ ଭର୍ସନ ମଧ୍ୟ ଖୁବ୍ ଶୀଘ୍ର ଆସିବ ।

ଆଡୋବ୍ ଫଟୋସପ୍ ର ୱେବ ଭର୍ସନ୍ ରେ ଲେୟର୍, ବ୍ରସ୍, ଲାସୋ ଟୁଲ୍, ଇରେଜର୍ ଭଳି ବେସିକ୍ ଟୁଲ୍ ମିଳିବ । ଏହା ବ୍ୟତୀତ ଆପଣ ଫଟୋରେ ଟେକ୍ସଟ୍ ମଧ୍ୟ ଏଡିଟ୍ କରିପାରିବେ । ତେବେ ଆଡୋବ୍ ଫଟୋସପ୍ ଓ ଇଲୁଷ୍ଟ୍ରେଟର୍ ର ୱେବ ଭର୍ସନ୍ ଆସନ୍ତା ସପ୍ତାହ ହେବାକୁ ଥିବା ମ୍ୟାକ୍ସ ୨୦୨୧ର ଭର୍ଚୁଆଲ୍ ଇଭେଣ୍ଟ୍ ରେ ଲଞ୍ଚ ହୋଇପାରେ । ତେବେ ଆଡୋବ୍ ଫଟୋସପ୍ ର ୱେବ୍ ଭର୍ସନ୍ ର ମୁକାବିଲା ବର୍ତ୍ତମାନର Canva, BeFunky, Pixlr, Fotor, Picsart ଏବଂ PhotoScape ସହିତ ହେବାକୁ ଯାଉଛି ।

Get real time updates directly on you device, subscribe now.