fbpx

ଖାଇବା ତେଲ ପରେ ଏବେ ମିଳିବ ଶସ୍ତା ଚିନି! ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ଦ୍ଧିତ ଦରରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଲଗାତାର ପ୍ରୟାସ କରୁଛନ୍ତି । ପେଟ୍ରୋଲ-ଡିଜେଲ, ଖାଇବା ତେଲ ଓ ଗହମ ପରେ ଏବେ କେନ୍ଦ୍ର ସରକାର ଚିନିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଜୁନ୍ ୧ରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଯୋଗୁଁ ଘରୋଇ ବଜାରରେ ଚିନିର ଉପଲବ୍ଧିତା ବଢ଼ିବ ଓ ମୂଲ୍ୟ ବୃଦ୍ଧି ଉପରେ ରୋକ୍ ଲାଗିବ ।

ଚିନି ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ସରକାରଙ୍କ ଦ୍ୱାରା ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ହଟାଯାଇଥିଲା । ଏହାର ପ୍ରଭାବ ସିଧାସଳଖ ଖାଇବା ତେଲର ମୂଲ୍ୟ ଉପରେ ପଡିବ । ଡିଜିଏଫଟି ଏକ ବିଜ୍ଞପ୍ତିରେ କହିଛି ଯେ, ଚିନି ରପ୍ତାନିକୁ ଜୁନ୍ ୧, ୨୦୨୨ ଠାରୁ ପ୍ରତିବନ୍ଧିତ ବର୍ଗରେ ରଖାଯାଇଛି ।

ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ସିଏକ୍ସଏଲ ଓ ଟିଆରକ୍ଲୁ ଅଧୀନରେ ୟୁରୋପୀୟ ୟୁନିଅନ୍ ଏବଂ ଆମେରିକାରେ ରପ୍ତାନି ହେଉଥିବା ଚିନି ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସିଏକ୍ସଏଲ ଓ ଟିଆରକ୍ଲୁ ଅଧୀନରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଚିନି ଏହି ଅଞ୍ଚଳଗୁଡିକୁ ରପ୍ତାନି କରାଯାଏ ।

Get real time updates directly on you device, subscribe now.