fbpx

RBIର ବଡ଼ ଘୋଷଣା: ଏଣିକି BBPS ମାଧ୍ୟମରେ ୟୁଟିଲିଟି, ଶିକ୍ଷା ଓ ଅନ୍ୟ ବିଲ୍ ପେମେଣ୍ଟ କରିପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ) ମାଧ୍ୟମରେ ସିଧାସଳଖ ବିଲ୍ ପେମେଣ୍ଟ କରିପାରିବେ ଏନଆରଆଇ । ଆରବିଆଇର ଏହି ପଦକ୍ଷେପ ଦ୍ୱାରା ବିଦେଶରେ ରହୁଥିବା ଭାରତୀୟମାନେ ନିଜର ସମ୍ପର୍କୀୟଙ୍କ ପାଖକୁ ସହଜରେ ଟଙ୍କା ପଠାଇ ପାରିବେ ।

ଗତ ମାସ ୬ ତାରିଖରେ ଆରବିଆଇ ପକ୍ଷରୁ ଏହି ପ୍ରସ୍ତାବ ବିଷୟରେ ସୂଚନା ଦିଆଯାଇଥିଲା । ଏବେ ଉକ୍ତ ପ୍ରସ୍ତାବକୁ ଏବେ ମଞ୍ଜୁରୀ ମିଳିସାରିଛି । ଏହାଦ୍ୱାରା ଘରଠାରୁ ଦୂରରେ ରହୁଥିବା ଏନଆରଆଇଙ୍କୁ ବେନିଫିଟ ମିଳିବା ସହ ଏହା ଦେଶର ରେମିଣ୍ଟାନ୍ସ ବୃଦ୍ଧିରେ ସହାୟକ ହେବ । ଏକ ସର୍କୁଲାର ଜାରି କରାଯାଇ ଆରବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପ୍ରବାସୀମାନେ ବିଦେଶୀ ଧନ ରାଶିକୁ ବିବିପିଏସ ମାଧ୍ୟମରେ ଲାଭାର୍ଥୀଙ୍କ କେୱାଇସି ଯୁକ୍ତ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତରିତ କରିପାରିବେ । ପ୍ରବାସୀମାନେ ଭାରତରେ ଥିବା ନିଜର ପରିଜନଙ୍କ ୟୁଟିଲିଟି, ଶିକ୍ଷା ଓ ଅନ୍ୟ ବିଲ ପେମେଣ୍ଟ କରିପାରିବେ । ପୂର୍ବରୁ ବିଲ ପେମେଣ୍ଟ ପାଇଁ ଏନଆରଆଇ କେବଳ ପରିଜନଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିପାରୁଥିଲେ । ଏହାପରେ ପରିଜନମାନେ ବିଲ ପେମେଣ୍ଟ କରୁଥିଲେ । ଆରବିଆଇର ଏହି ପଦକ୍ଷେପ ଫଳରେ କମ୍ ସମୟ ମଧ୍ୟରେ ପ୍ରବାସୀଙ୍କୁ ଅଧିକ ଫାଇଦା ମିଳିବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।

Get real time updates directly on you device, subscribe now.