fbpx

ବିଚିତ୍ର ଏ ବିଶ୍ୱ, ଅଜବ ଏ ଫେଶନ୍: ଚାକିରି କରିବା ପାଇଁ ହେବାକୁ ପଡ଼େ ଉଲଗ୍ନ

ଯଦି ଆମେ ନିଯୁକ୍ତି ବିଷୟରେ ଆଲୋଚନା କରିବା, ତେବେ ଜାଣିବାକୁ ପାଇବା ଯେ, ଏ ଦୁନିଆରେ ବିଭିନ୍ନ ପ୍ରକାରର ଚାକିରି ରହିଛି । ତେବେ କିଛି ଚାକିରି ଅନ୍ୟ ଚାକିରିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଯାହା ଶୁଣିବାକୁ ଅଜବ ଲାଗେ । ଏପରି କିଛି ଚାକରି ଅଛି, ଯେଉଁଥିରେ ଆପଣଙ୍କୁ ଡ୍ରେସ୍ ଖୋଲିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ସେ ଚାକିରି ବିଷୟରେ:-

– ଆମେରିକା, ଅଷ୍ଟ୍ରେଲିଆ ସହ ୟୁରୋପରେ ବଗିଚାରେ କାମ କରୁଥିବା ଲୋକମାନେ ପୋଷାକ ପରିଧାନ କରନ୍ତି ନାହିଁ । ଏହା ଏକ ଅଜବ ପ୍ରକାରର ଚାକିରି । ଏହି ଚାକିରି କରିବାକୁ ହେଲେ ପୁରୁଷମାନଙ୍କୁ ପୋଷାକ ପିନ୍ଧିବା ନେଇ ବାରଣ କରାଯାଇଥାଏ ।

– ଲଣ୍ଡନରେ ବୁନ୍ୟାଦି ନାମକ ଏକ ରେଷ୍ଟୁରାଣ୍ଟକୁ ଲୋକମାନେ ପ୍ରବେଶ ପୂର୍ବରୁ ଡ୍ରେସ ଖୋଲିକରି ଯାଇଥାନ୍ତି । ଏକଥା ମଧ୍ୟ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗେ ଯେ, କେବଳ ଗ୍ରାହକ ନୁହନ୍ତି, ରେଷ୍ଟୁରାଣ୍ଟର ଷ୍ଟାଫମାନେ ମଧ୍ୟ ବିନା କପଡ଼ାରେ ଗ୍ରାହକଙ୍କୁ ଖାଦ୍ୟ ପରଷିଥାନ୍ତି ।

– ବ୍ରିଟେନର ଚେଲସିରେ ଥିବା ଏକ ନ୍ୟୁଡ ଷ୍ଟୁଡିଓରେ ପୋଷାକ ଉତାରି ଯୋଗାସନ ଶିକ୍ଷା ଦିଆଯାଇଥାଏ । ଏହି ଯୋଗାସନ ସମୟରେ ଉଭୟ ଯୋଗ ଗୁରୁ ଓ ଶିଷ୍ୟମାନେ ବିନା କପଡ଼ାରେ ରହିଥାନ୍ତି ।

– କିଛି ଅଜ୍ଞାତ ମହିଳା ନେକେଡ୍ ଥେରାପିଷ୍ଟ ନାମରେ ଅନଲାଇନରେ ଲୋକଙ୍କୁ କାଉନସେଲିଂ କରିଥାନ୍ତି । ଏହି ମହିଳାମାନେ ୱେବ୍ କ୍ୟାମେରା ଜରିଆରେ ଲୋକଙ୍କ ସହ ବାର୍ତ୍ତାଳାପ କରି ନ୍ୟୁଡ୍ ଥେରାପି ଯୋଗାଇଥାନ୍ତି । ଏହା ମଧ୍ୟରେ ଲୋକଙ୍କର ବୀମାରିର କାଉନସେଲିଂ ମଧ୍ୟ ହୋଇଯାଇଥାଏ ।

– ଲସ୍ ଏଞ୍ଜେଲେସର କିଛି ସ୍ଥାନରେ ଟପଲେସ୍ ହାଉସମେଡ୍ ରଖିବାର ବ୍ୟବସାୟ ଚାଲୁ ଥିବାର ଦେଖାଯାଉଛି । ଏହି ଅଞ୍ଚଳରେ ଅଧିକାଂଶ ଘରେ ଟପଲେସ୍ ହାଉସମେଡ୍ କାର୍ଯ୍ୟ କରିଥାନ୍ତି । ଏହାକୁ ଉକ୍ତ ଅଞ୍ଚଳର ଏକ ଭଲ ବିଜିନେସ୍ ଭାବେ ଗଣାଯାଏ ।

Get real time updates directly on you device, subscribe now.