fbpx

ଦେଶରେ ବଢୁଛି ମନ୍ତ୍ରୀଙ୍କ ସଂଖ୍ୟା; ଟିକାକରଣରେ ଫଳ ଶୂନ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିକଟରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ଅଦଳବଦଳକୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ‘ ଦେଶରେ ମନ୍ତ୍ରୀଙ୍କ ସଂଖ୍ୟା ବଢୁଛି ହେଲେ ଭାକ୍ିସନ ନୁହେଁ । ରାହୁଲ ଗାନ୍ଧୀ ଏକ ଚାର୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଦେଶରେ ବର୍ତ୍ତମାନର ଟିକାକରଣ ସ୍ଥିତି ଦର୍ଶାଉଛି । ଚାର୍ଟ ଅନୁଯାୟୀ ଦେଶରେ ତୃତୀୟ ଲହରକୁ ରୋକିବା ପାଇଁ ଡିସେମ୍ବର ସୁଦ୍ଧା ୬୦ ପ୍ରତିଶତ ଲୋକ ଟିକା ନେବା ଆବଶ୍ୟକ । ଆଉ ଏଥିପାଇଁ ପ୍ରତିଦିନ ୮.୮ ମିଲିୟନ ଡୋଜର ଆବଶ୍ୟକତା ରହିଛି ।

ଚାର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ପ୍ରତିଦିନ ଅଭାବ ଥିବା ଟିକା ମଧ୍ୟ ଦର୍ଶାଯାଇଛି । ଶନିବାର ୩.୭ ମିଲିୟନ ଡୋଜ ଦିଆଯାଇଛି । ଏଥିରେ ଦର୍ଶାଯାଇଛି ୫.୧ ମିଲିୟନ ଟିକାର ଅଭାବ ରହିଛି । ସେହିଭଳି ଗତ ସାତ ଦିନରେ ମଧ୍ୟ ଏହିଭଳି ସ୍ଥିତି ଦେଖାଯାଇଛି । ତେବେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ହୋଇଥିବା ଅଦଳ ବଦଳ ପରେ କ୍ୟାବିନେଟରେ ୩୬ ନୂଆ ଚେହେରା ସାମିଲ ହୋଇଛନ୍ତି । ଏହାପରେ କ୍ୟାବିନେଟରେ ମୋଟ ସଦସ୍ୟ ସଂଖ୍ୟା ୭୮ରେ ପହଞ୍ଚିଛି ।

Get real time updates directly on you device, subscribe now.